ରାଜ୍ୟରୁ ସୁସ୍ଥ ହେଲେ ୩୩୮ଜଣ କରୋନା ଆକ୍ରାନ୍ତ

ଭୁବନେଶ୍ବର: ଆଜି ରାଜ୍ୟରୁ ୩୩୮ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା‌ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ କରି ସୂଚନା ଦିଆଯାଇଛି। ଏହି ନୂଆ ଆକ୍ରାନ୍ତଙ୍କୁ ମିଶାଇଲେ ରାଜ୍ୟରେ ଏଯାବତ ୩୨୧୬୪୭ ଜଣ ଆକ୍ରାନ୍ତ ସୁସ୍ଥ ହୋଇଥିବା ରିପୋର୍ଟ ରହିଛି।

 

ଆଜି ଖୋ‌ର୍ଧାରୁ ୪୯ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ସୁନ୍ଦରଗଡ଼ରୁ ୩୬, ଭଦ୍ରକରୁ ୨୧, କଟକରୁ ୨୧, ବାଲେଶ୍ବରରୁ ୨୦, ଅନୁଗୁଳରୁ ୧୮, ମୟୁରଭଞ୍ଜରୁ ୧୮, ବରଗଡ଼ରୁ ୧୭, କଳାହାଣ୍ଡିରୁ ୧୭, ପୁରୀରୁ ୧୫, ଝାରସୁଗୁଡ଼ାରୁ ୧୪, ନୂଆପଡ଼ାରୁ ୧୨, ସମ୍ବଲପୁରରୁ ୧୦, ଯାଜପୁରରୁ ୯, କେନ୍ଦୁଝରରୁ ୯, ଜଗତସିଂହପୁରରୁ ୮, ବଲାଙ୍ଗୀରରୁ ୬, ଗଞ୍ଜାମରୁ ୬, କେନ୍ଦ୍ରାପଡ଼ାରୁ ୫, ଦେବଗଡ଼ରୁ ୩, ଢ଼େଙ୍କାନାଳରୁ ୩, ରାୟଗଡ଼ାରୁ ୩, କୋରାପୁଟରୁ ୨, ନବରଙ୍ଗପୁରରୁ ୨,ନୟାଗଗଡ଼ରୁ ୨, ସୁବର୍ଣ୍ଣପୁରରୁ ଜଣେ ଓ ଷ୍ଟେଟପୁଲରୁ ୧୩ଜଣ ଲେଖାଏଁ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।

ସମ୍ବନ୍ଧିତ ଖବର