ରାଜ୍ୟରେ ଆଜି କରୋନାରୁ ସୁସ୍ଥ ହେଲେ ୩୪୨୯, ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୬୫୫

ଭୁବନେଶ୍ୱର: କରୋନାରେ ଆକ୍ରାନ୍ତଙ୍କ ତୁଳନାରେ ସୁସ୍ଥଙ୍କ ସଂଖ୍ୟା ବଢ଼ିଛି। ରାଜ୍ୟରେ ଆଜି ୩ହଜାର ୪୨୯ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି। ଏଥିରେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୬୫୫ ଜଣ ଅଛନ୍ତି। ଏଥି ସହିତ ରାଜ୍ୟରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୧୨ ଲକ୍ଷ ୪୫ହଜାର ୨୬ରେ ପହଞ୍ଚିଛି। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି।

ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁସାରେ ଆଜି ସୁନ୍ଦରଗଡ଼ ଜିଲ୍ଲାରୁ ୬୫୫ଜଣ ଆକ୍ରାନ୍ତ କରୋନାରୁ ସୁସ୍ଥ ହୋଇଛନ୍ତି। କଟକରୁ ୨୮୫, ମୟୂରଭଂଜରୁ ୧୭୮, ଯାଜପୁରରୁ ୧୬୫, କେନ୍ଦ୍ରାପଡ଼ାରୁ ୧୪୮, ଗଜପତିରୁ ୧୩୬, ସମ୍ବଲପୁରରୁ ୧୦୧, ନବରଂଗପୁରରୁ ୯୭ ଓ ନୟାଗଡ଼ରୁ ୯୧ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି।

ସେହିପରି ବଲାଙ୍ଗୀରରୁ ୮୭, ଝାରସୁଗୁଡ଼ାରୁ ୮୬, ନୂଆପଡ଼ାରୁ ୮୩, ଅନୁଗୁଳରୁ ୮୨, କଳାହାଣ୍ଡି, ରାୟଗଡ଼ାରୁ ୮୦ ଲେଖାଏଁ, ବାଲେଶ୍ୱରରୁ ୭୫, ବରଗଡ଼, ଝାରସୁଗୁଡ଼ାରୁ ୭୨ ଲେଖାଏଁ, ବୌଦ୍ଧ, ଦେବଗଡ଼ରୁ ୬୮ ଲେଖାଏଁ, ଗଂଜାମରୁ ୬୪, ଭଦ୍ରକରୁ ୫୮, କେନ୍ଦୁଝର, ପୁରୀରୁ ୫୬ ଲେଖାଏଁ, କନ୍ଧମାଳରୁ ୪୦, ମାଲକାନଗିରିରୁ ୩୯, ଢେଙ୍କାନାଳରୁ ୨୧ ସୁବର୍ଣ୍ଣପୁରରୁ ୩ ଓ ରାଜ୍ୟପୁଲରୁ ୧୨୫ ଜଣ ଆକ୍ରାନ୍ତ କରୋନାରୁ ସୁସ୍ଥ ହୋଇଛନ୍ତି। ସୂଚନାଯୋଗ୍ୟ ରାଜ୍ୟରେ ଆଜି ୧୫୦୩ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ।

ସମ୍ବନ୍ଧିତ ଖବର