ରାଜ୍ୟରେ ଆଜି କରୋନାରୁ ସୁସ୍ଥ ହେଲେ ୩୬୨୪, ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୦୪୮

ଭୁବନେଶ୍ୱର: କରୋନାରେ ଆକ୍ରାନ୍ତଙ୍କ ତୁଳନାରେ ସୁସ୍ଥଙ୍କ ସଂଖ୍ୟା ବଢ଼ିଛି। ରାଜ୍ୟରେ ଆଜି ୩ହଜାର ୬୨୪ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି। ଏଥିରେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୦୪୮ ଜଣ ଅଛନ୍ତି। ଏଥି ସହିତ ରାଜ୍ୟରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୧୨ ଲକ୍ଷ ୩୭ହଜାର ୯୭୬ରେ ପହଞ୍ଚିଛି। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି।

ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁସାରେ ଆଜି କଟକ ଜିଲ୍ଲାରୁ ୨୮୮ଜଣ ଆକ୍ରାନ୍ତ କରୋନାରୁ ସୁସ୍ଥ ହୋଇଛନ୍ତି। ସୁନ୍ଦରଗଡ଼ରୁ ୨୩୭, ସମ୍ବଲପୁରରୁ ୨୨୪, ନୂଆପଡ଼ାରୁ ୧୫୭, ବାଲେଶ୍ୱରରୁ ୧୫୧, ମୟୂରଭଂଜରୁ ୧୪୫, ଯାଜପୁରରୁ ୧୨୮, ନୟାଗଡ଼ରୁ ୧୧୯ ଓ କଳାହାଣ୍ଡିରୁ ୧୦୯ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି।

ସେହିପରି ଝାରସୁଗୁଡ଼ାରୁ ୧୦୮, ବରଗଡ଼ରୁ ୧୦୨, ଭଦ୍ରକରୁ ୯୧, ପୁରୀରୁ ୭୩, ବଲାଙ୍ଗୀରରୁ ୬୨, ଢେଙ୍କାନାଳରୁ ୬୧, ନବରଂଗପୁରରୁ ୫୬, ଜଗତସିଂହପୁରରୁ ୫୧, କେନ୍ଦ୍ରାପଡ଼ାରୁ ୪୮, ଗଂଜାମରୁ ୪୩, କନ୍ଧମାଳରୁ ୩୯, ମାଲକାନଗିରିରୁ ୩୦, ରାୟଗଡ଼ାରୁ ୨୩, କୋରାପୁଟରୁ ୧୯, ଗଜପତିରୁ ୧୨, ସୁବର୍ଣ୍ଣପୁରରୁ ୮, କେନ୍ଦୁଝରରୁ ୭ ଓ ରାଜ୍ୟପୁଲରୁ ୧୮୫ ଜଣ ଆକ୍ରାନ୍ତ କରୋନାରୁ ସୁସ୍ଥ ହୋଇଛନ୍ତି। ସୂଚନାଯୋଗ୍ୟ ରାଜ୍ୟରେ ଆଜି ୨୧୦୬ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ।

ସମ୍ବନ୍ଧିତ ଖବର