ରାଜ୍ୟରୁ ଆଜି ୩୬୮୨ ଜଣ କରୋନା ଆକ୍ରାନ୍ତ ସୁସ୍ଥ, ଖୋର୍ଦ୍ଧା ଜିଲ୍ଲାରୁ ୪୪୬ ସର୍ବାଧିକ

ଭୁବନେଶ୍ୱର: ରାଜ୍ୟରେ ଆଜି କରୋନା ଭାଇରସ ମହାମାରୀରୁ ୩୬୮୨ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏଥିରେ ଖୋର୍ଦ୍ଧା ଜିଲ୍ଲାରୁ ୪୪୬ ଜଣ ଆକ୍ରାନ୍ତ ଅଛନ୍ତି । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି । ଏଥି ସହିତ ରାଜ୍ୟରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୮ ଲକ୍ଷ ୬୩ ହଜାର ୮୨୪ରେ ପହଂଚିଛି ।

 

ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁସାରେ ଅନୁଗୁଳ ଜିଲ୍ଲାରୁ ଆଜି ୩୯୭ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । କଟକରୁ ୩୫୫, ଯାଜପୁରରୁ ୨୯୮, ବାଲେଶ୍ୱରରୁ ୨୯୫, ପୁରୀରୁ ୧୯୫, ଭଦ୍ରକରୁ ୧୭୮, ନୟାଗଡ଼ରୁ ୧୭୧, ମୟୂରଭଂଜରୁ ୧୫୫ ଓ ଜଗତସିଂହପୁରରୁ ୧୦୯ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।

 

ରାୟଗଡ଼ା ଜିଲ୍ଲାରୁ ୯୪, ମାଲକାନଗିରିରୁ ୯୩, ସୁନ୍ଦରଗଡ଼ରୁ ୮୨, କୋରାପୁଟରୁ ୭୯, ଢେଙ୍କାନାଳରୁ ୭୮, ନବରଂଗପୁରରୁ ୪୭, ସୁବର୍ଣ୍ଣପୁରରୁ ୪୬, ବରଗଡ଼, କନ୍ଧମାଳ ଏବଂ କେନ୍ଦୁଝରରୁ ୪୫ ଜଣ ଲେଖାଏଁ, ବୌଦ୍ଧରୁ ୩୭ ଜଣ ଓ ସମ୍ବଲପୁରରୁ ୩୨ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ସେହିପରି ବଲାଙ୍ଗୀରରୁ ୨୮, ଗଂଜାମରୁ ୨୭, ନୂଆପଡ଼ାରୁ ୨୬, ଗଜପତିରୁ ୨୫, ଦେବଗଡ଼ରୁ ୧୫ ଓ ରାଜ୍ୟପୁଲରୁ ୬୪ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।

ସମ୍ବନ୍ଧିତ ଖବର