ଭୁବନେଶ୍ୱର: ଖୋର୍ଦ୍ଧା ଜିଲ୍ଲାରୁ ୭୯୬ ଜଣ କରୋନା ଆକ୍ରାନ୍ତଙ୍କ ସମେତ ଆଜି ରାଜ୍ୟରୁ ୩ ହଜାର ୭୦୪ ଜଣ ସୁସ୍ଥ ହୋଇଛନ୍ତି । ଏଥି ସହିତ ରାଜ୍ୟରେ କରୋନା ଭାଇରସ ମହାମାରୀରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୧ ଲକ୍ଷ ୪୯ ହଜାର ୩୭୯କୁ ବୃଦ୍ଧି ପାଇଛି । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି ।
Another 3704 Covid patients have recovered and are being discharged on 21.09.2020
796 from Khordha
320 from Cuttack
256 from Puri
151 from Jharsuguda
147 from Kendrapara
136 from Bolangir
136 from Sundargarh
132 from Bargarh
120 from Mayurbhanj
120 from Nabarangpur— H & FW Dept Odisha (@HFWOdisha) September 21, 2020
ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁସାରେ ଆଜି କଟକ ଜିଲ୍ଲାରୁ ୨ୟ ସର୍ବାଧିକ ଭାବେ ୩୨୦ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ପୁରୀ ଜିଲ୍ଲାରୁ ୨୫୬ ଜଣ, ଝାରସୁଗୁଡ଼ା ଜିଲ୍ଳାରୁ ୧୫୧ ଜଣ, କେନ୍ଦ୍ରାପଡ଼ା ଜିଲ୍ଲାରୁ ୧୪୭ ଜଣ, ବଲାଙ୍ଗୀର, ସୁନ୍ଦରଗଡ଼ ଜିଲ୍ଲାରୁ ୧୩୬ ଜଣ ଲେଖାଏଁ, ବରଗଡ଼ ଜିଲ୍ଲାରୁ ୧୩୨ ଜଣ, ମୟୂରଭଂଜ, ନବରଙ୍ଗପୁର ଜିଲ୍ଲାରୁ ୧୨୦ ଜଣ ଲେଖାଏଁ, ଯାଜପୁର ଜିଲ୍ଲାରୁ ୧୧୩ ଜଣ ଓ ସମ୍ବଲପୁର ଜିଲ୍ଲାରୁ ୧୧୧ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।
23 from Deogarh
22 from Anugul
22 from Gajapati
11 from Nuapada
188 from State PoolThe total recovered cases of Odisha now stand at 149379
— H & FW Dept Odisha (@HFWOdisha) September 21, 2020
ସେହିପରି କୋରାପୁଟ ଜିଲ୍ଲାରୁ ୯୯ ଜଣ, ରାୟଗଡ଼ା ଜିଲ୍ଲାରୁ ୯୮ ଜଣ, ଜଗତସିଂହପୁର ଜିଲ୍ଲାରୁ ୯୦ ଜଣ, କନ୍ଧମାଳ ଜିଲ୍ଲାରୁ ୮୫ ଜଣ, ଭଦ୍ରକ ଜିଲ୍ଲାରୁ ୭୬ ଜଣ, ବାଲେଶ୍ୱର ଜିଲ୍ଲାରୁ ୭୩ ଜଣ, କେନ୍ଦୁଝର ଜିଲ୍ଲାରୁ ୭୨ ଜଣ, ସୁବର୍ଣ୍ଣପୁର ଜିଲ୍ଲାରୁ ୬୫ ଜଣ, ଗଂଜାମ ଜିଲ୍ଲାରୁ ୫୫ ଜଣ, ବୌଦ୍ଧ ଜିଲ୍ଲାରୁ ୫୧ ଜଣ, ଢେଙ୍କାନାଳ ଜିଲ୍ଲାରୁ ୩୯ ଜଣ, ନୟାଗଡ଼ ଜିଲ୍ଲାରୁ ୩୬ ଜଣ, କନ୍ଧମାଳ ଜିଲ୍ଲାରୁ ୩୪ ଜଣ, ମାଲକାନଗିରି ଜିଲ୍ଲାରୁ ୨୭ ଜଣ, ଦେବଗଡ଼ ଜିଲ୍ଲାରୁ ୨୩ ଜଣ, ଅନୁଗୁଳ, ଗଜପତି ଜିଲ୍ଲାରୁ ୨୨ ଜଣ ଲେଖାଏଁ, ନୂଆପଡ଼ା ଜିଲ୍ଲାରୁ ୧୧ ଜଣ ଓ ରାଜ୍ୟ ପୁଲରୁ ୧୮୮ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।