ଖୋର୍ଦ୍ଧାରୁ ଆଜି ୫୫୦ଜଣ ଓ ରାଜ୍ୟରୁ ୩୭୭୯ଜଣ କରୋନା ଆକ୍ରାନ୍ତ ସୁସ୍ଥ

ଭୁବନେଶ୍ବର: ଆଜି ରାଜ୍ୟରୁ ୩୭୭୯ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ନୂଆ ସୁସ୍ଥଙ୍କୁ ମିଶାଇଲେ ରାଜ୍ୟରୁ ଏଯାବତ ୧୬୧୦୪୪ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିବା ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ କରି ସୂଚନା ଦିଆଯାଇଛି।

ଖୋର୍ଦ୍ଧାରୁ ୫୫୦ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ କଟକରୁ ୪୨୭ଜଣ, ପୁରୀରୁ ୧୫୮ଜଣ, ବାଲେଶ୍ବରରୁ ୧୫୫ଜଣ, ବରଗଡ଼ରୁ ୧୫୨ଜଣ, ଝାରସୁଗୁଡ଼ାରୁ ୧୫୨ଜଣ, କନ୍ଧମାଳରୁ ୧୩୫ଜଣ, ମୟୁରଭଞ୍ଜରୁ ୧୩୫ଜଣ, ସମ୍ବଲପୁରରୁ ୧୨୭ଜଣ, ରାୟଗଡ଼ାରୁ ୧୧୮ଜଣ, ଯାଜପୁରରୁ ୧୧୩ଜଣ, ଜଗତସିଂହପୁରରୁ ୧୦୫ଜଣ, ଗଞ୍ଜାମରୁ ୯୯ଜଣ, ବଲାଙ୍ଗୀରରୁ ୯୮ଜଣ, ଭଦ୍ରକରୁ ୯୨ଜଣ, ନବରଙ୍ଗପୁରରୁ ୮୧ଜଣ, ନୂଆପଡ଼ାରୁ ୭୭ଜଣ, କେନ୍ଦୁଝରରୁ ୭୬ଜଣ, ଢ଼େଙ୍କାନାଳରୁ ୭୪ଜଣ, କେନ୍ଦ୍ରାପଡ଼ାରୁ ୬୯ଜଣ, କୋରାପୁଟରୁ ୬୯ଜଣ, କଳାହାଣ୍ଡିରୁ ୬୫ଜଣ, ସୁବର୍ଣ୍ଣପୁରରୁ ୬୫ଜଣ, ସୁନ୍ଦରଗଡ଼ରୁ ୬୨ଜଣ, ଗଜପତିରୁ ୫୮ଜଣ, ନୟାଗଡ଼ରୁ ୪୭ଜଣ, ମାଲକାନଗିରିରୁ ୪୬ଜଣ, ବୌଦ୍ଧରୁ ୪୪ଜଣ, ଅନୁଗୁଳରୁ ୩୯ଜଣ ଓ ଦେବଗଡ଼ରୁ ୭ଜଣ କରୋନା ଆକ୍ରାନ୍ତ ଆଜି ସୁସ୍ଥ ହୋଇଛନ୍ତି।

ସମ୍ବନ୍ଧିତ ଖବର