କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତ ସଂଖ୍ୟା ଦେଢ଼ ଲକ୍ଷ ଟପିଲା, ଆଜି ଆରୋଗ୍ୟ ହେଲେ ୩୮୩୪ ଜଣ

ଭୁବନେଶ୍ୱର: କରୋନା ଭାଇରସ ମହାମାରୀରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ଦେଢ଼ ଲକ୍ଷ ଅତିକ୍ରମ କରିଛି । ଆଜିର ୩ ହଜାର ୮୩୪ ଜଣଙ୍କୁ ମିଶାଇ ରାଜ୍ୟରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୧ ଲକ୍ଷ ୫୩ ହଜାର ୨୧୩ରେ ପହଂଚିଛି । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ ଜରିଆରେ ଏହି ସୂଚନା ଦିଆଯାଇଛି ।

 

ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁସାରେ, ଖୋର୍ଦ୍ଧା ଜିଲ୍ଲାରୁ ୫୨୫ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । କଟକ ଜିଲ୍ଲାରୁ ୩୮୯ ଜଣ, ପୁରୀ ଜିଲ୍ଲାରୁ ୨୭୪ ଜଣ, ଅନୁଗୁଳ ଜିଲ୍ଲାରୁ ୨୧୦ ଜଣ, ବରଗଡ଼ ଜିଲ୍ଲାରୁ ୧୯୦ ଜଣ, ବାଲେଶ୍ୱର ଜିଲ୍ଲାରୁ ୧୮୫ ଜଣ, ବଲାଙ୍ଗୀର ଜିଲ୍ଲାରୁ ୧୮୩ ଜଣ, କେନ୍ଦ୍ରାପଡ଼ା ଜିଲ୍ଲାରୁ ୧୫୬ ଜଣ, କଳାହାଣ୍ଡି ଜିଲ୍ଲାରୁ ୧୫୦ ଜଣ, ସମ୍ବଲପୁର ଜିଲ୍ଲାରୁ ୧୩୮ ଜଣ, ଜଗତସିଂହପୁର ଜିଲ୍ଲାରୁ ୧୨୩ ଜଣ, ମୟୂରଭଂଜ ଜିଲ୍ଲାରୁ ୧୨୨ ଜଣ, ଯାଜପୁର ଜିଲ୍ଲାରୁ ୧୧୮ ଜଣ, କନ୍ଧମାଳ ଓ ସୁନ୍ଦରଗଡ଼ ଜିଲ୍ଲାରୁ ୧୧୦ ଜଣ ଲେଖାଏଁ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।

 

ସେହିପରି ନବରଂଗପୁର ଜିଲ୍ଲାରୁ ୯୭ ଜଣ, ସୁବର୍ଣ୍ଣପୁର ଜିଲ୍ଲାରୁ ୯୩ ଜଣ, ନୂଆପଡ଼ା ଜିଲ୍ଲାରୁ ୯୧ ଜଣ, କୋରାପୁଟ ଜିଲ୍ଲାରୁ ୭୪ ଜଣ, ଜଗତସିଂହପୁର ଜିଲ୍ଲାରୁ ୭୦ ଜଣ, କେନ୍ଦୁଝର, ନୟାଗଡ଼ ଜିଲ୍ଲାରୁ ୫୫ ଜଣ ଲେଖାଏଁ, ଭଦ୍ରକ ଜିଲ୍ଲାରୁ ୫୩ ଜଣ, ବୌଦ୍ଧ ଜିଲ୍ଲାରୁ ୪୧ ଜଣ, ମାଲକାନଗିରି ଜିଲ୍ଲାରୁ ୨୭ ଜଣ, ରାୟଗଡ଼ା ଜିଲ୍ଲାରୁ ୨୨ ଜଣ, ଦେବଗଡ଼ ଜିଲ୍ଲାରୁ ୨୦ ଜଣ, ଢେଙ୍କାନାଳ, ଗଂଜାମ ଜିଲ୍ଲାରୁ ୧୭ ଜଣ ଲେଖାଏଁ, ଗଜପତି ଜିଲ୍ଲାରୁ ୧୩ ଜଣ ଓ ରାଜ୍ୟ ପୁଲରୁ ୧୦୬ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।

ସମ୍ବନ୍ଧିତ ଖବର