ରାଜ୍ୟରେ କରୋନା ସୁସ୍ଥଙ୍କ ସଂଖ୍ୟା ୩୨୨୩୪୪ରେ ପହଞ୍ଚିଲା

ଭୁବନେଶ୍ବର: ଆଜି ରାଜ୍ୟରୁ ୩୮୮ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ନୂଆ ସୁସ୍ଥଙ୍କୁ ମିଶାଇଲେ ରାଜ୍ୟରେ ଏଯାବତ କରୋନା ସୁସ୍ଥଙ୍କ ସଂଖ୍ୟା ୩୨୨୩୪୪ରେ ପହଞ୍ଚିଥିବା ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ କରି ସୂଚନା ଦିଆଯାଇଛି।

ଆଜି ସୁନ୍ଦରଗଡ଼ରୁ ୭୧ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ଖୋର୍ଧାରୁ ୩୮ଜଣ, ଅନୁଗୁଳରୁ ୩୭ଜଣ, ସମ୍ବଲପୁରରୁ ୨୭ଜଣ, ବରଗଡ଼ରୁ ୨୬ଜଣ, ମୟୁରଭଞ୍ଜରୁ ୨୫ଜଣ, କଟକରୁ ୨୧ଜଣ, ବାଲେଶ୍ବରରୁ ୨୦ଜଣ, ଯାଜପୁରରୁ ୧୬ଜଣ, ନୂଆପଡ଼ାରୁ ୧୫ଜଣ, ପୁରୀରୁ ୧୩ଜଣ, ବଲାଙ୍ଗୀରରୁ ୧୧ଜଣ, କେନ୍ଦୁଝରରୁ ୧୦ଜଣ, ଜଗତସିଂହପୁରରୁ ୮ଜଣ, ଗଞ୍ଜାମରୁ ୭ଜଣ, ଝାରସୁଗୁଡ଼ାରୁ ୬ଜଣ, କଳାହାଣ୍ଡିରୁ ୬ଜଣ, କେନ୍ଦ୍ରାପଡ଼ାରୁ ୬ଜଣ, ଭଦ୍ରକରୁ ୩ଜଣ, କୋରାପୁଟରୁ ୩ଜଣ, ନବରଙ୍ଗପୁରରୁ ୩ଜଣ, ବୌଦ୍ଧରୁ ୨ଜଣ, ଢ଼େଙ୍କାନାଳରୁ ୨ଜଣ, ନୟାଗଡ଼ରୁ ୨ଜଣ, ଦେବଗଡ଼ରୁ ଜଣେ, ମାଲକାନଗିରିରୁ ଜଣେ ଓ ଷ୍ଟେଟପୁଲରୁ ୮ଜଣ ଲେଖାଏଁ କରୋନା ଆକ୍ରାନ୍ତ ଆଜି ସୁସ୍ଥ ହୋଇଛନ୍ତି।

ସମ୍ବନ୍ଧିତ ଖବର