ରାଜ୍ୟରୁ ୪୦୧ କରୋନା ଆକ୍ରାନ୍ତ ସୁସ୍ଥ; ଆଜି ଯାଜପୁରରୁ ସର୍ବାଧିକ

ଭୁବନେଶ୍ୱର: ରାଜ୍ୟରୁ ଗୁରୁବାର ସନ୍ଧ୍ୟା ସୁଦ୍ଧା ୪୦୧ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ନୂଆ ସୁସ୍ଥଙ୍କୁ ମିଶାଇଲେ ରାଜ୍ୟରେ ଏଯାବତ ୧୦,୮୭୭ଜଣ କରୋନା ପଜିଟିଭ୍‌ ସୁସ୍ଥ ହୋଇଥିବା ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଟୁଇଟ କରି କୁହାଯାଇଛି। ଆଜି ଯାଜପୁରରୁ ସର୍ବାଧିକ ୯୮ କରୋନା ପଜିଟିଭ୍‌ ସୁସ୍ଥ ହୋଇଛନ୍ତି।

ଯାଜପୁରରୁ ୯୮ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ଗଞ୍ଜାମ ଜିଲ୍ଲାରୁ ୮୪ଜଣ, ସୁନ୍ଦରଗଡ଼ରୁ ୪୬ଜଣ, ଗଜପତିରୁ ୩୬ଜଣ, ଝାରସୁଗୁଡ଼ାରୁ ୩୦ଜଣ, କେନ୍ଦୁଝରରୁ ୧୭ଜଣ, ମାଲକାନଗିରିରୁ ୧୭ଜଣ, ଜଗତସିଂହପୁରରରୁ ୧୭ଜଣ, ଖୋର୍ଦ୍ଧାରୁ ୧୨ଜଣ, ଅନୁଗୁଳ ୮ଜଣ, ସୋନପୁରରୁ ୭ଜଣ, ବରଗଡ଼ରୁ ୬ଜଣ, ସମ୍ବଲପୁରରୁ ୫ଜଣ, କେନ୍ଦ୍ରାପଡ଼ାରୁ ୫ଜଣ, ଢ଼େଙ୍କାନାଳଙ୍କୁ ୪ଜଣ, ଭଦ୍ରକ ଓ ବାଲେଶ୍ୱରରୁ ୩ଜଣ ଲେଖାଏଁ, କଟକରୁ ୨ଜଣ ଓ ପୁରୀରୁ ଜଣେ ଲେଖାଏଁ କୋଭିଡ ପଜିଟିଭ ସୁସ୍ଥ ହୋଇଛନ୍ତି।

୧୯ ଜିଲ୍ଲାରୁ ସୁସ୍ଥ ହୋଇଥିବା ୪୦୧ଜଣଙ୍କ କୋଭିଡ ହସ୍‌ପିଟାଲ୍‌ରେ ଚିକିତ୍ସା ପରେ ସ୍ୱାବ ସଂଗ୍ରହ କରି  ପରୀକ୍ଷା ପାଇଁ ପଠା ଯାଇଥିଲା। ଏହି ପରୀକ୍ଷା ରିପୋର୍ଟ ନେଗେଟିଭ୍‌ ଆସିବା ପରେ ସମସ୍ତଙ୍କୁ ହସ୍ପିଟାଲରୁ ଛୁଟି କରି ଦିଆଯାଇଛି।

ସମ୍ବନ୍ଧିତ ଖବର