ଆଜି ଖୋର୍ଦ୍ଧାର ୬୮୩ ଜଣଙ୍କ ସହ ରାଜ୍ୟରୁ ୪୦୪୮ଜଣ କରୋନା ସଂକ୍ରମିତ ସୁସ୍ଥ

ଭୁବନେଶ୍ୱର: ଖୋର୍ଦ୍ଧା ଜିଲ୍ଲାରୁ ୬୮୩ ଜଣଙ୍କ ସମେତ ରାଜ୍ୟରେ ଆଜି  ୪୦୪୮ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏଥି ସହିତ ରାଜ୍ୟରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୧ ଲକ୍ଷ ୯୪ ହଜାର ୧୨୮ରେ ପହଞ୍ଚିଛି । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି।

ଆଜି ଖୋର୍ଦ୍ଧାରୁ ୬୮୩ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ କଟକରୁ ୪୬୬ଜଣ, ପୁରୀରୁ ୧୯୫ ଜଣ, ଯାଜପୁରରୁ ୧୭୬ଜଣ, ଅନୁଗୁଳରୁ ୧୬୭ ଜଣ, କନ୍ଧମାଳରୁ ୧୪୬ଜଣ, କେନ୍ଦ୍ରାପଡ଼ାରୁ ୧୪୨ଜଣ, ନବରଙ୍ଗପୁରରୁ ୧୩୩ ଜଣ, ଜଗତସିଂହପୁରରୁ ୧୩୦ଜଣ ଓ ଭଦ୍ରକରୁ ୧୧୮ଜଣ ଆକ୍ରାନ୍ତ ଆଜି ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

ସେହିପରି ବାଲେଶ୍ବରରୁ ୧୧୫ଜଣ, ସମ୍ବଲପୁରରୁ ୧୧୧ଜଣ, ମୟୂରଭଞ୍ଜରୁ ୧୦୮ଜଣ, କେନ୍ଦୁଝରରୁ ୧୦୭ଜଣ, ବରଗଡ଼ରୁ ୧୦୬ଜଣ , ନୂଆପଡ଼ାରୁ ୧୦୧ଜଣ, ରାୟଗଡ଼ାରୁ ୯୯ଜଣ, ସୁନ୍ଦରଗଡ଼ରୁ ୯୮ଜଣ, ଝାରସୁଗୁଡ଼ାରୁ ୮୧ଜଣ, କୋରାପୁଟରୁ ୬୪ଜଣ, ସୁବର୍ଣ୍ଣପୁରରୁ ୬୧ଜଣ, କଳାହାଣ୍ଡିରୁ ୫୩ଜଣ, ମାଲକାନଗିରିରୁ ୪୮ଜଣ, ନୟାଗଡ଼ରୁ ୪୬ଜଣ ଓ ବଲାଙ୍ଗୀରରୁ ୪୫ଜଣ କୋଭିଡ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।

ସେହିପରି ଗଞ୍ଜାମରୁ ୩୯ଜଣ, ବୌଦ୍ଧରୁ ୩୫ଜଣ ଓ ଢ଼େଙ୍କାନାଳରୁ ୩୩ଜଣ, ଦେବଗଡ଼ରୁ ୧୬ଜଣ ଏବଂ ଗଜପତିରୁ ୧୩ଜଣ କରୋନା ଆକ୍ରାନ୍ତ ଆଜି ସୁସ୍ଥ ହୋଇଛନ୍ତି।

ସମ୍ବନ୍ଧିତ ଖବର