ଖୋର୍ଦ୍ଧା ଜିଲ୍ଲାରୁ ୭୧୬ ଜଣଙ୍କ ସମେତ ରାଜ୍ୟରୁ ଆଜି ସୁସ୍ଥ ହେଲେ ୪୦୫୨ ଆକ୍ରାନ୍ତ

ଭୁବନେଶ୍ୱର: ଖୋର୍ଦ୍ଧା ଜିଲ୍ଲାରୁ ୭୧୬ ଜଣଙ୍କ ସମେତ ରାଜ୍ୟରୁ ଆଜି ୪ ହଜାର ୫୨ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଯାଇଛନ୍ତି । ଏଥି ସହିତ ରାଜ୍ୟରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୧ ଲକ୍ଷ ୫୭ ହଜାର ୨୬୫ରେ ପହଂଚିଛି । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି ।

 

ଆଜି କଟକ ଜିଲ୍ଲାରୁ ୩୭୮ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ସୁନ୍ଦରଗଡ଼ ଜିଲ୍ଲାରୁ ୧୮୨ ଜଣ, ପୁରୀ ଜିଲ୍ଲାରୁ ୧୮୧ ଜଣ, ଜଗତସିଂହପୁର ଜିଲ୍ଲାରୁ ୧୬୪ ଜଣ, ଯାଜପୁର ଜିଲ୍ଲାରୁ ୧୫୨ ଜଣ, ଝାରସୁଗୁଡ଼ା ଜିଲ୍ଲାରୁ ୧୫୦ ଜଣ, ରାୟଗଡ଼ା ଜିଲ୍ଲାରୁ ୧୪୬ ଜଣ, ମୟୂରଭଂଜ ଜିଲ୍ଲାରୁ ୧୩୮ ଜଣ, କେନ୍ଦ୍ରାପଡ଼ା ଜିଲ୍ଲାରୁ ୧୨୯ ଜଣ, ସମ୍ବଲପୁର ଜିଲ୍ଲାରୁ ୧୨୮ ଜଣ, ସୁବର୍ଣ୍ଣପୁର ଜିଲ୍ଲାରୁ ୧୨୬ ଜଣ, ଅନୁଗୁଳ ଜିଲ୍ଲାରୁ ୧୨୨ ଜଣ, ନୂଆପଡ଼ା ଜିଲ୍ଲାରୁ ୧୨୧ ଜଣ, ବାଲେଶ୍ୱର ଜିଲ୍ଲାରୁ ୧୧୧ ଜଣ ଓ ନବରଂଗପୁର ଜିଲ୍ଲାରୁ ୧୦୧ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।

 

ସେହିପରି ବରଗଡ଼ ଜିଲ୍ଲାରୁ ୯୭ ଜଣ, କେରାପୁଟ ଜିଲ୍ଲାରୁ ୯୧ ଜଣ, କେନ୍ଦୁଝର ଜିଲ୍ଲାରୁ ୮୩ ଜଣ, କଳାହାଣ୍ଡି ଜିଲ୍ଲାରୁ ୭୯ ଜଣ, କନ୍ଧମାଳ ଜିଲ୍ଲାରୁ ୭୨ ଜଣ, ଢେଙ୍କାନାଳ ଜିଲ୍ଲାରୁ ୭୧ ଜଣ, ଭଦ୍ରକ ଜିଲ୍ଲାରୁ ୬୫ ଜଣ, ଗଂଜାମ ଜିଲ୍ଲାରୁ ୫୫ ଜଣ, ନୟାଗଡ଼ ଜିଲ୍ଲାରୁ ୪୫ ଜଣ, ବଲାଂଗୀର ଜିଲ୍ଲାରୁ ୪୪ ଜଣ, ମାଲକାନଗିରି ଜିଲ୍ଲାରୁ ୩୬ ଜଣ, ଦେବଗଡ଼ ଜିଲ୍ଲାରୁ ୨୦ ଜଣ, ବୌଦ୍ଧ ଜିଲ୍ଲାରୁ ୧୭ ଜଣ, ଗଜପତି ଜିଲ୍ଲାରୁ ୧୫ ଜଣ ଓ ରାଜ୍ୟ ପୁଲରୁ ୨୧୭ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।

ସମ୍ବନ୍ଧିତ ଖବର