ଖୋର୍ଦ୍ଧା ଜିଲ୍ଲାରୁ ୬୪୮ ଜଣଙ୍କ ସହ ରାଜ୍ୟରେ ଆଜି କରୋନାରୁ ସୁସ୍ଥ ହେଲେ ୪୦୬୬ ଆକ୍ରାନ୍ତ

ଭୁବନେଶ୍ୱର: ଖୋର୍ଦ୍ଧା ଜିଲ୍ଲାରୁ ୬୪୮ ଜଣଙ୍କ ସମେତ ରାଜ୍ୟରୁ ଆଜି କରୋନା ଭାଇରସ ମହାମାରୀରୁ ୪ହଜାର ୬୬ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏଥି ସହିତ ରାଜ୍ୟରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୧ ଲକ୍ଷ ୯୮ ହଜାର ୧୯୪ରେ ପହଂଚିଛି। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ଟୁଇଟ ଜରିଆରେ ଏହି ସୂଚନା ଦିଆଯାଇଛି।

ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁସାରେ କଟକ ଜିଲ୍ଲାରୁ ଆଜି ୫୨୧ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ସେହିପରି ଅନୁଗୁଳରୁ ୨୨୫, ଯାଜପୁରରୁ ୧୮୧, ସୁନ୍ଦରଗଡ଼ରୁ ୧୬୭ ଜଣ, ଜଗତସିଂହପୁର, ନୂଆପଡ଼ାରୁ ୧୫୨ ଜଣ ଲେଖାଏଁ, ବରଗଡ଼ରୁ ୧୪୧, ନବରଂଗପୁରରୁ ୧୩୫, ସମ୍ବଲପୁରରୁ ୧୨୮, ଭଦ୍ରକରୁ ୧୨୭, ବାଲେଶ୍ୱରରୁ ୧୧୯, ମୟୂରଭଂଜରୁ ୧୧୪, କନ୍ଧମାଳରୁ ୧୦୮, କେନ୍ଦ୍ରାପଡ଼ାରୁ ୧୦୬ ଓ ପୁରୀ ଜିଲ୍ଲାରୁ ୧୦୫ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।

ଝାରସୁଗୁଡ଼ା ଜିଲ୍ଲାରୁ ଆଜି ୯୧ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ବଲାଙ୍ଗୀରରୁ ୮୧, କେନ୍ଦୁଝର, ମାଲକାନଗିରିରୁ ୬୫ ଜଣ ଲେଖାଏଁ, ରାୟଗଡ଼ା, ସୁବର୍ଣ୍ଣପୁରରୁ ୬୧ ଜଣ ଲେଖାଏଁ, ଗଂଜାମ, କଳାହାଣ୍ଡି, କୋରାପୁଟରୁ ୬୦ ଜଣ ଲେଖାଏଁ, ବୌଦ୍ଧରୁ ୫୯, ଢେଙ୍କାନାଳରୁ ୫୭, ନୟାଗଡ଼ରୁ ୪୧, ଦେବଗଡ଼ରୁ ୧୪, ଗଜପତିରୁ ୧୩ ଜଣ ଓ ଷ୍ଟେଟ ପୁଲରୁ ୧୪୯ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।

ସମ୍ବନ୍ଧିତ ଖବର

Comments are closed.