ଭୁବନେଶ୍ୱର: ରାଜ୍ୟରେ ଆଜି କରୋନା ଭାଇରସ୍‌ ସଂକ୍ରମଣରୁ ୪୪୫ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଖୋର୍ଦ୍ଧା ଜିଲ୍ଲାରୁ ଏଥିରେ ସର୍ବାଧିକ ୧୯୨ ଜଣ ଅଛନ୍ତି।  ଏଥି ସହିତ ରାଜ୍ୟରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୮ ହଜାର ୬୭୧ରେ ପହଂଚିଛି। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି।

Advertisment

ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁସାରେ କଟକ ଜିଲ୍ଲାରୁ ୫୫ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ବାଲେଶ୍ୱରରୁ ୩୭, ଯାଜପୁରରୁ ୨୨, ମୟୂରଭଂଜରୁ ୧୮, ପୁରୀରୁ ୧୪, ଢେଙ୍କାନାଳ, ଜଗତସିଂହପୁରରୁ ୧୨-୧୨, ନୟାଗଡ଼ରରୁ ୬, ଭଦ୍ରକରୁ ୫, ରାୟଗଡ଼ାରୁ ୪, ଅନୁଗୁଳ, ଦେବଗଡ଼, ଗଂଜାମ, ସମ୍ବଲପୁରରୁ ୩-୩, ବରଗଡ଼, କେନ୍ଦ୍ରାପଡ଼ା, ନବରଂଗପୁରରୁ ୨ ଜଣ ଲେଖାଏଁ, ବୌଦ୍ଧ, କେନ୍ଦୁଝର, କୋରାପୁଟ, ମାଲକାନଗିରି, ସୁନ୍ଦରଗଡ଼ରୁ ଜଣେ ଲେଖାଏଁ ଓ ରାଜ୍ୟପୁଲରୁ ୪୪ ଜଣ ଆକ୍ରାନ୍ତ କରୋନାରୁ ସୁସ୍ଥ ହୋଇଛନ୍ତି।