ରାଜ୍ୟରେ ଆଜି କରୋନାରୁ ସୁସ୍ଥ ହେଲେ ୪୪୫୨, ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୦୦୩

ଭୁବନେଶ୍ୱର: ରାଜ୍ୟରେ ଆଜି ୪୪୫୨ ଜଣ କରୋନା ଭାଇରସ୍‌ ମହାମାରୀରୁ ସୁସ୍ଥ ହୋଇଛନ୍ତି। ଏଥିରେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୦୦୩ ଜଣ ଅଛନ୍ତି। ଏଥି ସହିତ ରାଜ୍ୟରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୬୦ ହଜାର ୬୭ରେ ପହଞ୍ଚିଛି। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି।

ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁସାରେ ଆଜି ସୁନ୍ଦରଗଡ଼ ଜିଲ୍ଲାରୁ ୮୬୮ ଜଣ ଆକ୍ରାନ୍ତ କରୋନାରୁ ସୁସ୍ଥ ହୋଇଛନ୍ତି। ସମ୍ବଲପୁରରୁ ୬୪୪, କଟକରୁ ୩୮୬, ଝାରସୁଗୁଡ଼ାରୁ ୩୨୬, ମୟୂରଭଂଜରୁ ୧୬୨, ବାଲେଶ୍ୱରରୁ ୧୦୦, କେନ୍ଦୁଝର, ପୁରୀରୁ ୯୯ ଲେଖାଏଁ, ଯାଜପୁରରୁ ୭୮ ଓ ନବରଂଗପୁରରୁ କରୋନାରୁ ସୁସ୍ଥ ହୋଇଛନ୍ତି।

ସେହିପରି କଳାହାଣ୍ଡିରୁ ୭୦, ଗଂଜାମରୁ ୫୫, ବଲାଙ୍ଗୀରରୁ ୫୪, ଜଗତସିଂହପୁରରୁ ୪୬, ଅନୁଗୁଳରୁ ୪୦, ଦେବଗଡ଼ରୁ ୩୬, ସୁବର୍ଣ୍ଣପୁରରୁ ୩୩, ଗଜପତିରୁ ୩୨, ବରଗଡ଼ରୁ ୧୬, କନ୍ଧମାଳ, ନୟାଗଡ଼ରୁ ୮-୮, କେନ୍ଦ୍ରାପଡ଼ାରୁ ୬, ଭଦ୍ରକରୁ ୫, ଢେଙ୍କାନାଳରୁ ୩ ଓ ରାଜ୍ୟପୁଲରୁ ୨୦୨ ଜଣ ଆକ୍ରାନ୍ତ କରୋନାରୁ ସୁସ୍ଥ ହୋଇଛନ୍ତି।

ଅନ୍ୟପଟରେ ରାଜ୍ୟରେ ହୁ ହୁ ହୋଇ କରୋନା ବଢିଚାଲିଛି। କରୋନା ବଢିବା ସାଙ୍ଗକୁ ଓଡ଼ିଶାରେ କୋଭିଡ ରୋଗୀଙ୍କ ସଂଖ୍ୟା ମଧ୍ୟ ବଢିଚାଲିଛି। ଗତ ୨୪ ଘଣ୍ଟା ମଧ୍ୟରେ ୧୧୧୭୭ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୦ ରୁ ୧୮ ବର୍ଷ ମଧ୍ୟରେ ୧୦୧୬ ଥିବାବେଳେ ସଙ୍ଗରୋଧରୁ ୬୪୭୯ ଜଣ ଓ ୪୬୯୮ ଜଣ ସ୍ଥାନୀୟ ସଂକ୍ରମଣ ବୋଲି ଜଣାପଡିଛି । ଗତ ୨୪ ଘଣ୍ଟା ମଧ୍ୟରେ ଖୋର୍ଦ୍ଧାରୁ ସର୍ବାଧିକ ୩୪୨୪, ସୁନ୍ଦରଗଡରୁ ୨୧୩୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ଜାନୁଆରୀ ପହିଲାରୁ ଏଯାଏଁ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବାବଦରେ ଆଲୋଚନା କଲେ ଦିନକୁ ଦିନ ଏହା ବଢୁଥିବା ଦେଖିବାକୁ ମିଳିଛି।

ସମ୍ବନ୍ଧିତ ଖବର