ରାଜ୍ୟରେ ଆଜି କରୋନାରୁ ସୁସ୍ଥ ହେଲେ ୪୫୮୭ ଆକ୍ରାନ୍ତ, ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୬୭୧

ଭୁବନେଶ୍ୱର: ରାଜ୍ୟରେ ଆଜି କରୋନାରୁ ୪୫୮୭ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏଥିରେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୬୭୧ ଜଣ ଅଛନ୍ତି । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ ଜରିଆରେ ଏହି ସୂଚନା ଦିଆଯାଇଛି । ଏଥି ସହିତ ରାଜ୍ୟରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୮ ଲକ୍ଷ ୪୪ ହଜାର ୮୦୧ରେ ପହଂଚିଛି ।

 

ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁସାରେ କଟକ ଜିଲ୍ଲାରୁ ଆଜି ୪୪୦ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ବାଲେଶ୍ୱରରୁ ୩୨୦, ଯାଜପୁରରୁ ୩୧୩, ଅନୁଗୁଳରୁ ୨୪୪, ପୁରୀରୁ ୨୪୧, ଭଦ୍ରକରୁ ୨୧୪, ଢେଙ୍କାନାଳ ଓ ମୟୂରଭଂଜରୁ ୨୧୦ ଲେଖାଏଁ, ଜଗତସିଂହପୁରରୁ ୨୦୨ ଏବଂ କେନ୍ଦ୍ରାପଡ଼ାରୁ ୧୮୦ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।

 

ସୁନ୍ଦରଗଡ଼ ଜିଲ୍ଲାରୁ ୧୫୫ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ତାଲିକାରେ ନୟଗଡ଼ରୁ ୧୩୯, ନବରଂଗପୁରରୁ ୧୨୨, କେନ୍ଦୁଝରରୁ ୧୧୫, ମାଲକାନଗିରିରୁ ୭୩, କୋରାପୁଟରୁ ୬୮, କନ୍ଧମାଳ ଏବଂ ରାୟଗଡ଼ାରୁ ୬୦ ଲେଖାଏଁ, କଳାହାଣ୍ଡିରୁ ୫୯, ବରଗଡ଼ରୁ ୫୬, ବଲାଙ୍ଗୀରରୁ ୫୪, ବୌଦ୍ଧ ଏବଂ ସମ୍ବଲପୁରରୁ ୫୨ ଜଣ ଲେଖାଏଁ ସୁସ୍ଥ ହୋଇଛନ୍ତି ।

 

ସେହିପରି ଗଜପତି ଏବଂ ସୁବର୍ଣ୍ଣପୁରରୁ ୪୧ ଜଣ ଲେଖାଏଁ, ଗଂଜାମରୁ ୩୩, ଦେବଗଡ଼ରୁ ୨୯, ଝାରସୁଗୁଡ଼ାରୁ ୨୦, ନୂଆପଡ଼ାରୁ ୧୫ ଓ ରାଜ୍ୟପୁଲରୁ ୯୮ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।

ସମ୍ବନ୍ଧିତ ଖବର