ବିଶ୍ରାରେ ଆଉ ୪୮ ଘଣ୍ଟା ପାଇଁ କଣ୍ଟେନମେଣ୍ଟ ଅବଧିକୁ ବୃଦ୍ଧି କଲେ ସୁନ୍ଦରଗଡ଼ ଜିଲ୍ଲାପାଳ

୨୨ ତାରିଖ ଦିନ ସାଢ଼େ ୧୧ଟା ପର୍ଯ୍ୟନ୍ତ କଟକଣା

ରାଉରକେଲା : ସୁନ୍ଦରଗଡ଼ ଜିଲ୍ଲାର ବିଶ୍ରାରେ ଆଉ ୪୮ ଘଣ୍ଟା ପାଇଁ କଣ୍ଟେନମେଣ୍ଟ ଅବଧିକୁ ବୃଦ୍ଧି କରାଯାଇଛିl ଏନେଇ ସୁନ୍ଦରଗଡ଼ ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣ ଆଜି ସୂଚନା ଦେଇଛନ୍ତି। ଏହି କଟକଣା ଆସନ୍ତା ୨୨ ତାରିଖ ଦିନ ୧୧ଟା ପର୍ଯ୍ୟନ୍ତ ରହିବ।

ସୂଚନାଯୋଗ୍ୟ, ପ୍ରଥମେ ଗତ ୧୨ ତାରିଖରେ ୪୮ଘଣ୍ଟା ଲାଗି ବିଶ୍ରାକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଥିଲା l ଏହାପରେ ପୁଣି ୧୪ ତାରିଖରେ ଏହାକୁ ଆଉ ୪୮ ଘଣ୍ଟା ବୃଦ୍ଧି କରାଯିବା ଫଳରେ ଆଜି (୧୬ ତାରିଖ) ଦିନ ସାଢ଼େ ୧୧ଟା ପର୍ଯ୍ୟନ୍ତ କଟକଣା ଜାରି ରହିଥିଲା। ପୁଣି ୪୮ ଘଣ୍ଟା ପାଇଁ କଣ୍ଟେନମେଣ୍ଟ ଅବଧିକୁ ବୃଦ୍ଧି କରାଯିବା ଫଳରେ ୧୮ ତାରିଖ ଦିନ ସାଢ଼େ ୧୧ଟା ପର୍ଯ୍ୟନ୍ତ କଟକଣା ଜାରି ରହିଥିଲା l ପରେ ଆଉ ୪୮ ଘଣ୍ଟା ଅର୍ଥାତ ୨୦ ତାରିଖ ପର୍ଯ୍ୟନ୍ତ ରହିଥିଲା l

ସୂଚନାଯୋଗ୍ୟ, ସୁନ୍ଦରଗଡ ଜିଲ୍ଲାର ଦୁଇ ଆକ୍ରାନ୍ତ ରାଉରକେଲା ନିକଟସ୍ଥ ବିଶ୍ରା ବ୍ଲକ ଅନ୍ତର୍ଗତ ଆସିଆନା କଲୋନି ଅଞ୍ଚଳର ଚିହ୍ନଟ ହେବା ପରେ ବିଶ୍ରାକୁ କଣ୍ଟେନମେଣ୍ଟ ଘୋଷଣା କରାଯାଇଥିଲା। ଏମାନଙ୍କ ଭିତରୁ ଜଣେ ହେଉଛନ୍ତି ୬୭ ବର୍ଷର ବୃଦ୍ଧ ଓ ଜଣେ ୧୮ ବର୍ଷିୟ ଯୁବକ। ପ୍ରଥମ ଆକ୍ରାନ୍ତ ଜଣକ ଦିଲ୍ଲୀ ନିଜାମୁଦ୍ଦିନ ସମାବେଶ ଓ ଦ୍ବିତୀୟ ଜଣକ ଯାଜପୁର ଅଞ୍ଚଳ ଗସ୍ତ କରି ବିଶ୍ରା ଫେରିଥିବା ପ୍ରାଥମିକ ଅନୁସନ୍ଧାନରୁ ଜଣାପଡିଥିଲା।

ସମ୍ବନ୍ଧିତ ଖବର