ଭୁବନେଶ୍ବର: ଆଜି ରାଜ୍ୟରେ ୧୦୭୮ ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ଆଉ ୫ ଜଣ କରୋନା ସଂକ୍ରମିତଙ୍କର ମୃତ୍ୟୁ ଘଟିଛି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏ ନେଇ ସୂଚନା ଦିଆଯାଇଛି। ଏହା ଫଳରେ ରାଜ୍ୟରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୧୦୮ରେ ପହଞ୍ଚିଛି। ୫ ଜଣଙ୍କର କରୋନାଜନିତ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ କରୋନା ଆକ୍ରାନ୍ତଙ୍କର ଭିନ୍ନ କାରଣରୁ ମୃତ୍ୟୁ ଘଟିଛି।
Regret to inform the demise of five Covid positive patients while under treatment in hospitals.
1. A 72 year old Male of Gajapati district who was also suffering from Diabetes, Hypertension and Coronary Artery Disease
— H & FW Dept Odisha (@HFWOdisha) July 22, 2020
ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ପ୍ରଦତ୍ତ ସୂଚନା ଅନୁଯାୟୀ, କରୋନାଜନିତ ମୃତ୍ୟୁ ଘଟିଥିବା ୫ ଜଣଙ୍କ ମଧ୍ୟରୁ ଜଣେ ଗଜପତି ଜିଲ୍ଳାର ହୋଇଥିବା ବେଳେ ଜଣେ କନ୍ଧମାଳର ଓ ଅନ୍ୟ ତିନି ଜଣ ଗଞ୍ଜାମ ଜିଲ୍ଳାର। ସମସ୍ତ ମୃତକଙ୍କର କରୋନା ପୂର୍ବରୁ ମଧୁମେହ ରହିଥିଲା।
2. A 40 year old Female of Ganjam district who was also suffering from Diabetes and Hydronephrosis.
3. A 61 year old Male of Ganjam district who was also suffering from Diabetes .
4. A 60 year old Male of Ganjam district who was also suffering from Diabetes and Hypertension.
— H & FW Dept Odisha (@HFWOdisha) July 22, 2020
ମୃତକମାନଙ୍କ ମଧ୍ୟରେ ଅଛନ୍ତି ଗଜପତି ଜିଲ୍ଲାର ଜଣେ ୭୨ ବର୍ଷିଅ ଓ କନ୍ଧମାଳର ୮୬ ବର୍ଷିଅ ବ୍ୟକ୍ତି, ଗଞ୍ଜାମର ଜଣେ ୪୦ ବର୍ଷୀୟା ମହିଳା, ଜଣେ ୬୧ ବର୍ଷିଅ ଓ ଜଣେ ୬୦ ବର୍ଷିଅ ବ୍ୟକ୍ତି।
5. A 86 year old Male of Kandhamal district who was also suffering from Diabetes and Chronic Obstructive Pulmonary Disease.
— H & FW Dept Odisha (@HFWOdisha) July 22, 2020
ଆଜି ରାଜ୍ୟରେ ନୂଆ ଚିହ୍ନଟ ୧୦୭୮ ଜଣଙ୍କୁ ମିଶାଇ ସମୁଦାୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୯,୮୩୫ ରେ ପହଞ୍ଚିଛି। ସେଥିମଧ୍ୟରୁ ଆରୋଗ୍ୟ ଲାଭ କରିଛନ୍ତି ୧୩୩୦୯ ଜଣ। ରାଜ୍ୟରେ ସକ୍ରିୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬୩୮୩ ରହିଛି।