ରାଜ୍ୟରେ ୯ ହଜାର ଟପିଲା ସୁସ୍ଥ ସଂଖ୍ୟା, ଆଜି ସୁସ୍ଥ ହେଲେ ୫୦୫ କରୋନା ଆକ୍ରାନ୍ତ

ଭୁବନେଶ୍ୱର: ଆଜି ରାଜ୍ୟରେ ୨୦ଟି ଜିଲ୍ଲାରୁ ୫୦୫ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି | ନୂତନ ସୁସ୍ଥଙ୍କୁ  ମିଶାଇ ଆଜି ରାଜ୍ୟରେ ସୁସ୍ଥ ବ୍ୟକ୍ତିଙ୍କ ସଂଖ୍ୟା ୯ହଜାର ଟପିଛି | ୯୨୫୫ରେ ପହଞ୍ଚିଛି ମୋଟ ସୁସ୍ଥ ସଂଖ୍ୟା | ତେବେ ସୁସ୍ଥ ୫୦୫ ଜଣଙ୍କ ମଧ୍ୟରେ ଗଞ୍ଜାମରୁ ୨୪୮ଜଣ, ସୁନ୍ଦରଗଡ଼ରୁ ୭୧ଜଣ, ଖୋର୍ଦ୍ଧାରୁ ୫୨ଜଣ, କଟକରୁ ୪୫ଜଣ, ପୁରୀରୁ ୧୧ଜଣ, ଗଜପତିରୁ ୧୦ଜଣ, ନବରଙ୍ଗପୁରରୁ ୯ଜଣ, ଯାଜପୁରରୁ ୮ଜଣ, ନୟାଗଡ଼ରୁ ୮ଜଣ, ଜଗତସିଂହପୁରରୁ ୭ଜଣ, ଭଦ୍ରକ ଏବଂ ଢେଙ୍କାନାଳରୁ ୬ଜଣ ଲେଖାଏଁ ସୁସ୍ଥ ହୋଇଥିବା ବେଳେ ଅନୁଗୁଳରୁ ୫ଜଣ ସୁସ୍ଥ ହୋଇଛନ୍ତି | ସେହିଭଳି କନ୍ଧମାଳ, କେନ୍ଦ୍ରାପଡ଼ା ଏବଂ କୋରାପୁଟରୁ ୪ଜଣ ଲେଖାଏଁ  ସୁସ୍ଥ ହୋଇଥିବା ବେଳେ ବରଗଡ଼ରୁ ୩ଜଣ, କେନ୍ଦୁଝରରୁ ୨ଜଣ, ଝାରସୁଗୁଡା ଏବଂ ରାୟଗଡ଼ାରୁ ଜଣେ ଲେଖାଏଁ ସୁସ୍ଥ ହୋଇଛନ୍ତି |

ସୂଚନା ମୁତାବକ, ଆଜି ରାଜ୍ୟର ୨୩ଟି ଜିଲ୍ଲାରୁ ୬୧୬ଜଣ କରୋନା ପିଜିଟିଭ୍‌ ଚିହ୍ନଟ ହୋଇଥିଲେ। ଏଥିମଧ୍ୟରୁ ୪୧୫ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ୨୦୧ଟି ସ୍ଥାନୀୟ ମାମଲା ରହିଥିଲା | ପ୍ରତିଦିନ ଭଳି ଆଜି ବି ଗଞ୍ଜାମରୁ ସର୍ବାଧିକ ୨୮୩ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିଲେ। ନୂତନ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ୧୩, ୭୩୭ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି | ଏହା ସହ କରୋନା ଆକ୍ରାନ୍ତ ହୋଇ ୭୦ଜଣ ମୃତ୍ୟୁବରଣ କରିଛନ୍ତି |

ସମ୍ବନ୍ଧିତ ଖବର