ରାଜ୍ୟରେ ଆଜି କରୋନାରୁ ୫୦୮୨ ଆକ୍ରାନ୍ତ ସୁସ୍ଥ, ଖୋର୍ଦ୍ଧା ଜିଲ୍ଲାରୁ ୭୫୪

ଭୁବନେଶ୍ୱର: ରାଜ୍ୟରେ ଆଜି କରୋନା ଭାଇରସ ସଂକ୍ରମଣରୁ ୫୦୮୨ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏଥିରେ ଖୋର୍ଦ୍ଧା ଜିଲ୍ଲାରୁ ୪୭୫ ଜଣ ଅଛନ୍ତି । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି । ଏଥି ସହିତ ରାଜ୍ୟରେ କରୋନାରୁ ସୁସ୍ଥ ଆକ୍ରାନ୍ତଙ୍କ ସଂଖ୍ୟା ୮ ଲକ୍ଷ ୪୦ ହଜାର ୨୧୪ରେ ପହଂଚିଛି ।

ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁସାରେ କଟକ ଜିଲ୍ଲାରୁ ଆଜି ୪୭୫ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ବାଲେଶ୍ୱରରୁ ୩୯୨, ମୟୂରଭଂଜରୁ ୨୮୭, ଯାଜପୁରରୁ ୨୬୭, ଅନୁଗୁଳରୁ ୨୫୧, ସୁନ୍ଦରଗଡ଼ରୁ ୨୪୮, ଭଦ୍ରକରୁ ୨୪୪ ଓ ପୁରୀରୁ ୨୩୪ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।

ଜଗତସିଂହପୁର ଜିଲ୍ଲାରୁ ୧୯୪, ରାୟଗଡ଼ାରୁ ୧୬୭, ଢେଙ୍କାନାଳରୁ ୧୫୧, ବୌଦ୍ଧରୁ ୧୪୭, ନୟାଗଡ଼ରୁ ୧୩୭, କେନ୍ଦୁଝରରୁ ୧୩୩, ବରଗଡ଼ରୁ ୧୨୪, ସୁବର୍ଣ୍ଣପୁରରୁ ୧୦୯, କୋରାପୁଟରୁ ୯୬ ଓ ମାଲକାନଗିରିରୁ ୯୨ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ସେହିପରି କନ୍ଧମାଳ ଜିଲ୍ଲାରୁ ଆଜି ୬୨, ସମ୍ବଲପୁରରୁ ୬୧, କେନ୍ଦ୍ରାପଡ଼ାରୁ ୫୯, ନବରଂଗପୁରରୁ ୫୩, କଳାହାଣ୍ଡିରୁ ୪୮, ଗଜପତିରୁ ୪୬, ଗଂଜାମରୁ ୩୦, ବଲାଙ୍ଗୀରରୁ ୨୯, ଦେବଗଡ଼ରୁ ୨୬, ଝାରସୁଗୁଡ଼ାରୁ ୨୪, ନୂଆପଡ଼ାରୁ ୧୮ ଓ ରାଜ୍ୟପୁଲରୁ ୧୨୪ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।

ସମ୍ବନ୍ଧିତ ଖବର