ରାଜ୍ୟରେ ଆଜି କରୋନାରୁ ସୁସ୍ଥ ହେଲେ ୫୨୮୧ ଆକ୍ରାନ୍ତ, ଖୋର୍ଦ୍ଧା ଜିଲ୍ଲାରୁ ୮୦୦

ଭୁବନେଶ୍ୱର: ରାଜ୍ୟରେ ଆଜି କରୋନାରୁ ୮୦୦ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏଥିରେ ଖୋର୍ଦ୍ଧା ଜିଲ୍ଲାରୁ ୮୦୦ ଆକ୍ରାନ୍ତ ସାମିଲ ଅଛନ୍ତି । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ ଜରିଆରେ ଏହି ସୂଚନା ଦିଆଯାଇଛି । ଏଥି ସହିତ ରାଜ୍ୟରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୮ ଲକ୍ଷ ୩୫ ହଜାର ୧୩୨ରେ ପହଂଚିଛି ।

ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁସାରେ କଟକ ଜିଲ୍ଲାରୁ ଆଜି ୫୧୦ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଯାଜପୁରରୁ ୩୦୮, ବାଲେଶ୍ୱରରୁ ୨୮୬, କେନ୍ଦ୍ରାପଡ଼ାରୁ ୨୮୫, ମୟୂରଭଂଜରୁ ୨୭୬, ଅନୁଗୁଳରୁ ୨୫୩, ଭଦ୍ରକରୁ ୨୪୪, ପୁରୀରୁ ୨୩୧, ବୌଦ୍ଧରୁ ୨୩୧, ସୁନ୍ଦରଗଡ଼ରୁ ୨୦୪, ଜଗତସିଂହପୁରରୁ ୧୮୭, ଢେଙ୍କାନାଳରୁ ୧୬୯, କୋରାପୁଟରୁ ୧୪୪, ନବରଂଗପୁରରୁ ୧୩୪, ନୟାଗଡ଼ରୁ ୧୦୯, ବରଗଡ଼ରୁ ୧୦୪ ଓ ରାୟଗଡ଼ାରୁ ୧୦୩ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଯାଇଛନ୍ତି ।

ସେହିପରି କେନ୍ଦୁଝର ଜିଲ୍ଲାରୁ ୮୪, କନ୍ଧମାଳରୁ ୭୧, ମାଲକାନଗିରିରୁ ୬୮, ସୁବର୍ଣ୍ଣପୁରରୁ ୫୭, ବଲାଙ୍ଗୀର, ଗଂଜାମ ଓ ସମ୍ବଲପୁରରୁ ୪୧ ଜଣ ଲେଖାଏଁ, ଗଜପତିରୁ ୩୧, ଝାରସୁଗୁଡ଼ାରୁ ୨୪, ଦେବଗଡ଼ରୁ ୨୧, ନୂଆପଡ଼ାରୁ ୧୫ ଓ ରାଜ୍ୟପୁଲରୁ ୧୫୧ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।

ସମ୍ବନ୍ଧିତ ଖବର