ସୁନ୍ଦରଗଡ଼/ଲେଫ୍ରିପଡା: ଜିଂକନଗର ଜବାହାର ନବୋଦୟ ବିଦ୍ୟାଳୟରେ ଵୁଧବାର ପୁଣି ୫୩ ଛାତ୍ରଛାତ୍ରୀ କରୋନା ସଂକ୍ରମିତ ହୋଇଛନ୍ତି। ମଙ୍ଗଳବାର ୩୬ ସଂକ୍ରମିତ ହୋଇଥିବା ବେଳେ ସଂଖ୍ୟା ଆସି ୮୯ରେ ପହଞ୍ଚିଛି। ନମୁନା ପରୀକ୍ଷା ଜାରି ରହିଥିବାରୁ ସଂଖ୍ୟା ଆହୁରି ବଢିପାରେ ବୋଲି କୁହାଯାଉଛି। ଦିନକରେ ଏତେ ସଂକ୍ରମିତ ଚିହ୍ନଟ ହେବା ଅଞ୍ଚଳରେ ଆତଙ୍କ ଖେଳାଇ ଦେଇଛି। ଏହା ଭିତରେ ବିଦ୍ୟାଳୟକୁ ଅବରୋଧ ଅଞ୍ଚଳ (କଣ୍ଟେନମେଣ୍ଟ ଜୋନ) ଘୋଷଣା କରାଯିବା ସହ ପାଠପଢ଼ା ବନ୍ଦ ରଖାଯାଇଛି। ସଂକ୍ରମିତ ପିଲାଙ୍କୁ ସଂଗରୋଧରେ ରଖାଯାଇଛି। ସାମାନ୍ୟ ଲକ୍ଷଣ ଥିଲେ ବି ସମସ୍ତେ ସୁସ୍ଥ ଥିବା ଜଣାପଡିଛି।
ଅନ୍ୟ ପିଲାଙ୍କୁ ଘରକୁ ନେଇଯିବାକୁ ଅଭିଭାବକମାନଙ୍କୁ ପରାମର୍ଶ ଦିଆଯାଇଛି। ତେଵେ ପିଲାଙ୍କ ଅସୁସ୍ଥତା ଓ କରୋନା ସଂକ୍ରମଣ ସମ୍ପର୍କରେ ଅଭି ଭାଵକମାନଙ୍କୁ ସ୍କୁଲ କର୍ତ୍ତୃପକ୍ଷ ପ୍ରଥମେ ଅନ୍ଧାରରେ ରଖି ପରଵର୍ତ୍ତୀ ସମୟରେ ସ୍ଥିତି ଅଣାୟତ ଦେଖି ସୂଚନା ଦେଇଥିବା ଅଭିଯୋଗ ହୋଇଛି। ବିଦ୍ୟାଳୟ ଅଧ୍ୟକ୍ଷ ପିଲାଙ୍କ ସହ ଫୋନ ଯୋଗାଯୋଗ ପାଇଁ ସୁଯୋଗ ଦେଉନଥିବାରୁ ଅନେକ ସମୟରେ ଦେହପା କଥା କି ଅନ୍ଯ କୌଣସି ଘଟଣା ଘଟିଲେ ଜାଣିବା ସମ୍ଭବ ହେଉ ନଥିବା ଓ ଏହି ଘଟଣା ମଧ୍ୟ ତାଙ୍କ ଅବହେଳାରୁ ଘଟିଛି ବୋଲି ଵଣାଇ ଅଞ୍ଚଳର କିଛି ଅଭିଭାବକ ଅଭିଯୋଗ କରିଛନ୍ତି।
ସୂଚନାଯୋଗ୍ୟ, ୪ ତାରିଖ ସକାଳେ ବିଦ୍ୟାଳୟର ସାମାନ୍ୟ ଲକ୍ଷଣ ଥିବା ୧୫ ଜଣ ପିଲା ସର୍ଗିପାଲି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ କୋଭିଡ ପରୀକ୍ଷା ପାଇଁ ଯାଇଥିଲେ। ଆଣ୍ଟିଜେନ ପରୀକ୍ଷା ପରେ ସେମାନଙ୍କ ମଧ୍ୟରୁ ୯ ଜଣଙ୍କ ପଜିଟିଭ୍ ରିପୋର୍ଟ ଆସିଥିଲା। ଏହାପରେ ସ୍ବାସ୍ଥ୍ୟ କେନ୍ଦ୍ର ଅଧୀକ୍ଷକ ଡ. ଜଗଦୀଶ ଦେହୁରୀଙ୍କ ତତ୍ତ୍ଵାବଧାନରେ ସ୍ବାସ୍ଥ୍ୟ ବିଭାଗ ଟିମ୍ ନବୋଦୟ ବିଦ୍ୟାଳୟ ପହଞ୍ଚି ସପ୍ତମ, ଅଷ୍ଟମ ଛାତ୍ରଛାତ୍ରୀଙ୍କ କୋଭିଡ୍ ପରୀକ୍ଷା କରିଥିଲେ। ସେତେଵେଳେ ୩୬ ଚିହ୍ନଟ ହୋଇଥିଲେ। ନବୋଦୟ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ଅବହେଳା ଯୋଗୁଁ ପିଲାମାନେ ନିୟମିତ ବିଦ୍ୟାଳୟ ପରିସରରୁ ବାହାରକୁ ଆସି ଜିଙ୍କନଗର ଛକ, ଝାରଗାଁ ଛକ, ଲଖନପୁର ଛକ ତଥା ସର୍ଗିପାଲି ଅଞ୍ଚଳରେ ବୁଲାବୁଲି କରୁଥିବା ଓ ହୋଟେଲ, ଦୋକାନ ବଜାରରେ କିଣାକିଣି କରୁଥିବା ଦେଖାଯାଇଥିବା ବେଳେ ଏହା ସଂକ୍ରମଣର ବଡ଼ କାରଣ ଵୋଲି କୁହାଯାଉଛି।