ରାଜ୍ୟରେ ଆଜି କରୋନାରୁ ସୁସ୍ଥ ହେଲେ ୫୩୭୬, ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୫୭୦

ଭୁବନେଶ୍ୱର: କରୋନାରେ ଆକ୍ରାନ୍ତଙ୍କ ତୁଳନାରେ ସୁସ୍ଥଙ୍କ ସଂଖ୍ୟା ବଢ଼ିଛି। ରାଜ୍ୟରେ ଆଜି ୫ହଜାର ୩୭୬ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି। ଏଥିରେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୫୭୦ ଜଣ ଅଛନ୍ତି। ଏଥି ସହିତ ରାଜ୍ୟରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୧୨ ଲକ୍ଷ ୩୪ହଜାର ୩୫୨ରେ ପହଞ୍ଚିଛି। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି।

ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁସାରେ ଆଜି ସୁନ୍ଦରଗଡ଼ ଜିଲ୍ଲାରୁ ୭୩୧ଜଣ ଆକ୍ରାନ୍ତ କରୋନାରୁ ସୁସ୍ଥ ହୋଇଛନ୍ତି। କଟକରୁ ୩୬୩, ଯାଜପୁରରୁ ୧୯୧, ବାଲେଶ୍ୱରରୁ ୧୬୮, କଳାହାଣ୍ଡିରୁ ୧୬୫, ସମ୍ବଲପୁରରୁ ୧୬୪, ନୂଆପଡ଼ାରୁ ୧୬୧, ମୟୂରଭଂଜରୁ ୧୫୨ ଓ ବରଗଡ଼ରୁ ୧୩୪ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି।

ସେହିପରି ନୟାଗଡ଼ରୁ ୧୧୦, ଭଦ୍ରକରୁ ୧୦୬, ପୁରୀରୁ ୯୩, ଜଗତସିଂହପୁରରୁ ୮୯, ନବରଗଂପୁରରୁ ୮୭, ଦେବଗଡ଼ରୁ ୮୨, ବୌଦ୍ଧରୁ ୭୫, କେନ୍ଦ୍ରାପଡ଼ାରୁ ୭୩, ଅନୁଗୁଳରୁ ୬୬, ଗଂଜାମ, ବଲାଙ୍ଗୀରରୁ ୬୬ ଲେଖାଏଁ, ଝାରସୁଗୁଡ଼ାରୁ ୫୮, କନ୍ଧମାଳରୁ ୫୬, କେରାପୁଟରୁ ୫୨, କେନ୍ଦୁଝରରୁ ୫୦, ସୁବର୍ଣ୍ଣପୁରରୁ ୪୮, ଗଜପତିରୁ ୪୦, ମାଲକାନଗିରିରୁ ୩୭, ଢେଙ୍କାନାଳରୁ ୩୩, ରାୟଗଡ଼ାରୁ ୨୮ ଓ ରାଜ୍ୟପୁଲରୁ ୨୬୪ ଜଣ ଆକ୍ରାନ୍ତ କରୋନାରୁ ସୁସ୍ଥ ହୋଇଛନ୍ତି। ସୂଚନାଯୋଗ୍ୟ ରାଜ୍ୟରେ ଆଜି ୨୬୦୩ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ।

ସମ୍ବନ୍ଧିତ ଖବର