ଭୁବନେଶ୍ୱର: ରାଜ୍ୟରେ ଆଜି କରୋନା ଭାଇରସ୍‌ ମହାମାରୀରୁ ୫୬୦ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏଥିରେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨୩୬ ଜଣ ଅଛନ୍ତି। ଏଥି ସହିତ ରାଜ୍ୟରେ କରୋନାରୁ ୧୦ ଲକ୍ଷ ୮ ହଜାର ୨୨୬ କରୋନା ଆକ୍ରାନ୍ତ ସୁସ୍ଥ ହୋଇସାରିଛନ୍ତି। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ ଜରିଆରେ ଏହି ସୂଚନା ଦିଆଯାଇଛି।

Advertisment

ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁସାରେ, ଆଜି କଟକ ଜିଲ୍ଲାରୁ ୭୭ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି। ଯାଜପୁରରୁ ୩୦, ସୁନ୍ଦରଗଡ଼ରୁ ୨୫, ଜଗତସିଂହପୁରରୁ ୨୩, ବାଲେଶ୍ୱର, ମୟୂରଭଂଜରୁ ୨୨-୨୨, ପୁରୀରୁ ୧୮, ଭଦ୍ରକରୁ ୧୦, ନୟାଗଡ଼ରୁ ୭ ଓ କେନ୍ଦ୍ରାପଡ଼ାରୁ ୬ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି।

ସେହିପରି ମାଲକାନଗିରିରୁ ୫, ଦେବଗଡ଼, ନୂଆପଡ଼ାରୁ ୪-୪, ଗଜପତି, ଗଂଜାମରୁ ୩-୩, ବରଗଡ଼, ଢେଙ୍କାନାଳ, କଳାହାଣ୍ଡି, କେନ୍ଦୁଝର, କୋରାପୁଟରୁ ୨-୨ ଜଣ, ଅନୁଗୁଳ, ଝାରସୁଗୁଡ଼ା, ରାୟଗଡ଼ାରୁ ଜଣେ ଲେଖାଏଁ ଓ ରାଜ୍ୟପୁଲରୁ ୫୨ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।