ଭୁବନେଶ୍ବର: ରାଜ୍ୟରେ ଆଜି କରୋନା ଭାଇରସ ମହାମାରୀରୁ ୫୬୧ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏଥିରେ ଖୋର୍ଦ୍ଧା ଜିଲ୍ଳାରୁ ସର୍ବାଧିକ ୧୯୧ ଜଣ ଅଛନ୍ତି। ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ ଜରିଆରେ ଏହି ସୂଚନା ଦିଆଯାଇଛି।
ସ୍ବାସ୍ଥ୍ୟ ବିଭାଗର ସୂଚନା ଅନୁସାରେ ଆଜି କଟକ ଜିଲ୍ଲାରୁ ୮୬ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ବାଲେଶ୍ବର, ଯାଜପୁରରୁ ୩୦-୩୦, ମୟୂରଭଂଜରୁ ୨୨, କେନ୍ଦ୍ରାପଡ଼ାରୁ ୨୧, ଜଗତସିଂହପୁରରୁ ୨୦, ପୁରୀରୁ ୧୮, ଭଦ୍ରକରୁ ୧, ଢେଙ୍କାନାଳରୁ ୧୦ ଓ ବରଗଡ଼ରୁ ୯ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି।
ସେହିପରି ସୁନ୍ଦରଗଡ଼ରୁ ୯ ଜଣ, ରାୟଗଡ଼ାରୁ ୮ ଜଣ, କେନ୍ଦୁଝର, ସମ୍ବଲପୁରରୁ ୭-୭ ଜଣ, ଅନୁଗୁଳରୁ ୫, ବୌଦ୍ଧ, ଗଂଜାମରୁ ୪-୪, ଗଜପତି, କୋରାପୁଟରୁ ୩-୩, ବଲାଙ୍ଗୀର, ଝାରସୁଗୁଡ଼ା, ମାଲକାନଗିରି, ନୟାଗଡ଼, ସୁବର୍ଣ୍ଣପୁରରୁ ୨ ଜଣ ଲେଖାଏଁ, ଦେବଗଡ଼ରୁ ଜଣେ ଏବଂ ରାଜ୍ୟପୁଲରୁ ୪୫ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି।