ହୀରାକୁଦରେ ଖୋଲିଲା ଆଉ ୬ଟି ଗେଟ୍ , ମୋଟ ୧୨ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସନ ହେଉଛି

ସମ୍ବଲପୁର : ଉପରମୁଣ୍ଡରେ ପ୍ରବଳ ବର୍ଷା ଜାରି ରହିଥିବାରୁ ହୀରାକୁଦ ଜଳ ଭଣ୍ଡାରର ଜଳପତ୍ତନ ବୃଦ୍ଧି ପାଇବାରେ ଲାଗିଛି । ଏହାକୁ ଦୃଷ୍ଟିରେ ରଖି ଆଜି ଜଳଭଣ୍ଡାରର ଆଉ ୬ଟି ସ୍ଲୁଇସ୍ ଗେଟ୍ ଖୋଲାଯାଇଛି । ଫଳରେ ଜଳଭଣ୍ଡାରର ୧୨ଟି ଗେଟ ଦେଇ ଏବେ ବନ୍ୟାଜଳ ନିଷ୍କାସନ ହେଉଛି । ଏହା ମଧ୍ୟରେ ବାମ ପାର୍ଶ୍ବର ୮ଟି ଓ ଦକ୍ଷିଣ ପାର୍ଶ୍ବର ୪ଟି ଗେଟ ରହିଛି । ଆଗକୁ ଆଉ କିଛି ଗେଟ୍ ଖୋଲାଯିବାର ସମ୍ଭାବନା ରହିଛି ବୋଲି ଡ୍ୟାମ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି ।

ଜଳ ଭଣ୍ଡାରକୁ ଏବେ ଘଣ୍ଟାପ୍ରତି ୨,୯୮,୦୮୧ କ୍ୟୁସେକ୍ ଜଳ ପ୍ରବେଶ କରୁଛି ଓ ୧୨୬,୫୫୧ କ୍ୟୁସେକ ବନ୍ୟାଜଳ ନିଷ୍କାସନ ହେଉଛି ।

ତେବେ ବଙ୍ଗୋପସାଗରରେ ସୃଷ୍ଟ ଅବପାତ ପ୍ରଭାବରେ ଏବେ ଛତିଶଗଡ଼ ଓ ମଧ୍ୟପ୍ରଦେଶରେ ପ୍ରବଳ ବର୍ଷା ଜାରି ରହିଥିବାରୁ ଦ୍ରୁତ ଗତିରେ ମହାନଦୀର ଜଳସ୍ତର ବୃଦ୍ଧି ପାଉଛି । ଆସନ୍ତା କାଲି ପର୍ଯ୍ୟନ୍ତ ଏହି ବର୍ଷା ଲାଗି ରହିବାର ସମ୍ଭାବନା ଥିବାରୁ ମହାନଦୀରେ ବନ୍ୟା ଆସିବା ଆଶଙ୍କା ବଢିଯାଇଛି ।

ସମ୍ବନ୍ଧିତ ଖବର