ରାଜ୍ୟରେ ଆଜି କରୋନାରୁ ସୁସ୍ଥ ହେଲେ ୬୨୫୨ ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୮୯୩

ଭୁବନେଶ୍ୱର: ରାଜ୍ୟରେ ଆଜି କରୋନା ଭାଇରସରୁ ୬୨୫୨ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏଥିରେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୮୯୩ ଜଣ ଅଛନ୍ତି । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ ଜରିଆରେ ଏହି ସୂଚନା ଦିଆଯାଇଛି ।

ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁସାରେ କଟକ ଜିଲ୍ଲାରୁ ଆଜି ୬୨୨ ଜଣ ସୁସ୍ଥ ହୋଇଛନ୍ତି । ଯାଜପୁରରୁ ୪୦୬, ଅନୁଗୁଳରୁ ୪୦୩, ବାଲେଶ୍ୱରରୁ ୩୭୩, ମୟୂରଭଂଜରୁ ୨୯୨, ପୁରୀରୁ ୨୯୨, ଢେଙ୍କାନାଳରୁ ୨୮୨, ସୁନ୍ଦରଗଡ଼ରୁ ୨୭୮, ଭଦ୍ରକରୁ ୨୫୭, ଜଗତସିଂହପୁରରୁ ୨୦୮ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି । ନବରଂଗପୁର ଜିଲ୍ଲାରୁ ୧୯୮, ବୌଦ୍ଧରୁ ୧୫୨, କୋରାପୁଟରୁ ୧୩୭, ରାୟଗଡ଼ାରୁ ୧୩୬, ନୟାଗଡ଼ରୁ ୧୨୦, ବରଗଡ଼ ଓ କେନ୍ଦୁଝରରୁ ୧୧୯ ଜଣ ଲେଖାଏଁ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।

ସେହିପରି କନ୍ଧମାଳ ଜିଲ୍ଲାରୁ ୮୦, ବଲାଙ୍ଗୀରରୁ ୭୫, କଳାହାଣ୍ଡିରୁ ୬୬, ମାଲକାନଗିରିରୁ ୬୫, ସମ୍ବଲପୁରରୁ ୬୫, ସୁବର୍ଣ୍ଣପୁରରୁ ୫୬, ଗଂଜାମରୁ ୫୧, ଗଜପତିରୁ ୪୮, ଝାରସୁଗୁଡ଼ାରୁ ୪୦, ନୂଆପଡ଼ାରୁ ୧୫, ଦେବଗଡ଼ରୁ ୧୨ ଓ ରାଜ୍ୟପୁଲରୁ ୧୫୭ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।

ସମ୍ବନ୍ଧିତ ଖବର