ଆଜି ରାଜ୍ୟରୁ ସୁସ୍ଥ ହେଲେ ୬୩ଜଣ କରୋନା ଆକ୍ରାନ୍ତ

ଭୁବନେଶ୍ବର:  ରାଜ୍ୟରୁ ୬୩ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଆଜିର ନୂଆ ସୁସ୍ଥଙ୍କୁ ମିଶାଇଲେ ରାଜ୍ୟରୁ ଏଯାବତ ୩୩୩୭୦୦ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।

ସୁନ୍ଦରଗଡ଼ରୁ ଆଜି ୧୪ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ମୟୁରଭଞ୍ଜରୁ ୭ଜଣ, ଝାରସୁଗୁଡ଼ାରୁ ୬ଜଣ, ବାଲେଶ୍ବରରୁ ୫ଜଣ, କଟକରୁ ୫ଜଣ, ବରଗଡ଼ରୁ ୪ଜଣ, ଅନୁଗୁଳରୁ ୩ଜଣ, ବଲାଙ୍ଗୀରରୁ ୩ଜଣ, କଳାହାଣ୍ଡିରୁ ୩ଜଣ, କେନ୍ଦୁଝରରୁ ୩ଜଣ, ପୁରୀରୁ ୩ଜଣ, ରାୟଗଡ଼ାରୁ ୩ଜଣ ଲେଖାଏଁ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।

 

ସେହିପରି ନୂଆପଡ଼ାରୁ ୨ଜଣ, ଖୋର୍ଧାରୁ ଜଣେ ଓ ସମ୍ବଲପୁରରୁ ଜଣେ ‌ଲେଖାଏଁ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।

ସମ୍ବନ୍ଧିତ ଖବର