ରାଜ୍ୟରେ ଆଜି କରୋନାରୁ ସୁସ୍ଥ ହେଲେ ୬୭୮୫, ସୁନ୍ଦରଗଡ଼ ଜିଲ୍ଲାରୁ ସର୍ବାଧିକ ୧୩୪୮

ଭୁବନେଶ୍ୱର: ରାଜ୍ୟରେ ଆଜି ୬୭୮୫ ଜଣ କରୋନା ଭାଇରସ୍‌ ମହାମାରୀରୁ ସୁସ୍ଥ ହୋଇଛନ୍ତି। ଏଥିରେ ସୁନ୍ଦରଗଡ଼ ଜିଲ୍ଲାରୁ ସର୍ବାଧିକ ୧୩୪୮ ଜଣ ଅଛନ୍ତି। ଏଥି ସହିତ ରାଜ୍ୟରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୮୦ହଜାର ୫୬୨ରେ ପହଞ୍ଚିଛି। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି।

ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁସାରେ ଆଜି ଖୋର୍ଦ୍ଧା ଜିଲ୍ଲାରୁ ୧୩୪୮ ଜଣ ଆକ୍ରାନ୍ତ କରୋନାରୁ ସୁସ୍ଥ ହୋଇଛନ୍ତି। କଟକରୁ ୮୪୯, ସମ୍ବଲପୁରରୁ ୫୭୦, ମୟୂରଭଂଜରୁ ୪୨୩, ନୟାଗଡ଼ରୁ ୨୬୬, ଝାରସୁଗୁଡ଼ାରୁ ୧୮୮ ବଲାଙ୍ଗୀରରୁ ୧୮୩, କଳାହାଣ୍ଡିରୁ ୧୭୫ ଓ ପୁରୀରୁ ୧୫୬ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି।

ସେହିପରି ସୋନପୁରରୁ ୧୪୩, ଗଂଜାମ, କୋରାପୁଟରୁ ୧୨୪ ଲେଖାଏଁ, ବାଲେଶ୍ୱରରୁ ୧୨୩, ରାୟଗଡ଼ାରୁ ୧୧୮, ନବରଂଗପୁରରୁ ୧୧୪, ଜଗତସିଂହପୁରରୁ ୧୦୫, କେନ୍ଦ୍ରାପଡ଼ାରୁ ୭୪, ଗଜପତିରୁ ୭୧, ଯାଜପୁରରୁ ୬୬, ଭଦ୍ରକରୁ ୫୯, ଢେଙ୍କାନାଳରୁ ୫୮, ବରଗଡ଼ରୁ ୫୬, ଅନୁଗୁଳରୁ ୪୪, କନ୍ଧମାଳରୁ ୩୩, କେନ୍ଦୁଝରରୁ ୩୧, ବୌଦ୍ଧରୁ ୨୭, ଦେବଗଡ଼ରୁ ୨୫, ମାଲକାନଗିରିରୁ ୨୦ ଓ ରାଜ୍ୟପୁଲରୁ ୨୨୬ ଜଣ ଆକ୍ରାନ୍ତ କରୋନାରୁ ସୁସ୍ଥ ହୋଇଛନ୍ତି।

ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୧୧୬୦୭ ଜଣ ନୂତନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୦ରୁ ୧୮ ବର୍ଷ ମଧ୍ୟରେ ୯୯୧ ଜଣ ଥିବାବେଳେ ସଙ୍ଗରୋଧରୁ ୬୭୨୮ ଜଣ ଓ ସ୍ଥାନୀୟ ଭାବେ ୪୮୭୯ ଜଣ ଚିହ୍ନଟ ହୋଇଛନ୍ତି। ଆଜି ମଧ୍ୟ ଖୋର୍ଦ୍ଧାରୁ ସର୍ବାଧିକ ୪୩୪୭ ଜଣ, ସୁନ୍ଦରଗଡରୁ ୧୨୧୯ଜଣ, କଟକରୁ ୮୯୮ ଜଣ ଚିହ୍ନଟ ହୋଇଛନ୍ତି।

ସମ୍ବନ୍ଧିତ ଖବର