ରାଜ୍ୟରେ କରୋନାରୁ ଆଜି ସୁସ୍ଥ ହେଲେ ୬୭୯୯ ଆକ୍ରାନ୍ତ, ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୧୮୨

ଭୁବନେଶ୍ୱର: ରାଜ୍ୟରେ ଆଜି କରୋନା ଭାଇରସ ସଂକ୍ରମଣରୁ ୬୭୯୯ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏଥିରେ ଖୋର୍ଦ୍ଧା ଜିଲ୍ଲାରୁ ୧୧୮୨ ଜଣ ଅଛନ୍ତି । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ୍ ଜରିଆରେ ଏହି ସୂଚନା ଦିଆଯାଇଛି । ଏଥି ସହିତ ରାଜ୍ୟରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୮ ଲକ୍ଷ ୧୧ ହଜାର ୭୮୦ରେ ପହଂଚିଛି ।

 

ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁସାରେ କଟକ ଜିଲ୍ଲାରୁ ଆଜି ୬୮୯ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଯାଜପୁରରୁ ୪୮୬, ମୟୂରଭଂଜରୁ ୪୮୦, ପୁରୀରୁ ୩୯୩, ବାଲେଶ୍ୱରରୁ ୨୮୪, ଭଦ୍ରକରୁ ୨୬୧, ସୁନ୍ଦରଗଡ଼ରୁ ୨୪୧ ଓ ଜଗତସିଂହପୁରରୁ ୨୧୯ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।

 

ରାୟଗଡ଼ା ଜିଲ୍ଲାରୁ ୧୮୪, ବୌଦ୍ଧରୁ ୧୭୯, ନୟାଗଡ଼ରୁ ୧୭୭, କୋରାପୁଟରୁ ୧୬୩, ଅନୁଗୁଳରୁ ୧୫୯, ବରଗଡ଼ଣୁ ୧୧୯, ମାଲକାନଗିରିରୁ ୧୧୭, ଢେଙ୍କାନାଳରୁ ୧୦୯ ଓ କଳାହାଣ୍ଡିରୁ ୧୦୦ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।

 

ସେହିପରି ସମ୍ବଲପୁର ଜିଲ୍ଲାରୁ ୧୦୦ ଜଣ, କନ୍ଧମାଳରୁ ୮୭, ବଲାଙ୍ଗୀରରୁ ୮୨, ଝାରସୁଗୁଡ଼ାରୁ ୭୨, ଗଂଜାମ, କେନ୍ଦୁଝରରୁ ୬୫, ସୁବର୍ଣ୍ଣପୁରରୁ ୬୩, ଗଜପତିରୁ ୩୬, ନୂଆପଡ଼ାରୁ ୩୪, ଦେବଗଡ଼ରୁ ୧୯ ଓ ରାଜ୍ୟପୁଲରୁ ୨୦୭ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।

ସମ୍ବନ୍ଧିତ ଖବର