ରାଜ୍ୟରେ ସୁସ୍ଥ ସଂଖ୍ୟା ୩୩୪୮୩୮ରେ ପହଞ୍ଚିଲା

ଭୁବନେଶ୍ବର: ରାଜ୍ୟରୁ ଗତ ୨୪ଘଣ୍ଟା ମଧ୍ୟରେ ୭୧ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟୁଇଟ କରି ସୂଚନା ଦେଇଛି। ସୁସ୍ଥ ସଂଖ୍ୟା ଖୋର୍ଧାରେ ସର୍ବାଧିକ ରହିଛି।

ଖୋର୍ଧାରୁ ଆଜି ୧୧ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ବରଗଡ଼ରୁ ୮ଜଣ, ସମ୍ବଲପୁରରୁ ୮ଜଣ, କଟକରୁ ୭ଜଣ, ବଲାଙ୍ଗୀରରୁ ୬ଜଣ, ସୁନ୍ଦରଗଡ଼ରୁ ୫ଜଣ, ଦେବଗଡ଼ରୁ ୪ଜଣ, ଯାଜପୁରରୁ ୪ଜଣ, ଝାରସୁଗୁଡ଼ାରୁ ୩ଜଣ, ମୟୁରଭଞ୍ଜରୁ ୩ଜଣ, ବାଲେଶ୍ବରରୁ ୨ଜଣ, ରାୟଗଡ଼ାରୁ ୨ଜଣ ଲେଖାଏଁ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।

 

ସେହିପରି ଅନୁଗୁଳରୁ ଜଣେ, ଭଦ୍ରକରୁ ଜଣେ, ବୌଦ୍ଧରୁ ଜଣେ, କେନ୍ଦ୍ରାପଡ଼ାରୁ ଜଣେ, ପୁରୀରୁ ଜଣେ, ସୁବର୍ଣ୍ଣପୁରରୁ ଜଣେ ଓ ଷ୍ଟେଟପୁଲରୁ ୨ଜଣ ଲେଖାଏଁ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।

ସମ୍ବନ୍ଧିତ ଖବର