ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟରୁ ୭୩ଜଣ କରୋନା ଆକ୍ରାନ୍ତ ସୁସ୍ଥ

ଭୁବନେଶ୍ବର: ଆସନ୍ତା ୨୪ଘଣ୍ଟା ମଧ୍ୟରେ ରାଜ୍ୟରୁ ୭୩ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟୁଇଟ କରି ସୂଚନା ଦେଇଛନ୍ତି।

 

ରାଜ୍ୟରେ ସୁସ୍ଥ ସଂଖ୍ୟା ୩୩୬୪୮୨ରେ ପହଞ୍ଚିଥିବା ବେଳେ ନୂଆପଡ଼ାରୁ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ୧୫ଜଣ, ବରଗଡ଼ରୁ ୭ଜଣ, ଖୋର୍ଧାରୁ ୭ଜଣ, ସୁନ୍ଦରଗଡ଼ରୁ ୭ଜଣ, ବାଲେଶ୍ବରରୁ ୬ଜଣ, କଟକରୁ ୫ଜଣ, ଯାଜପୁରରୁ ୫ଜଣ,‌ ଢ଼େଙ୍କାନାଳରୁ ୩ଜଣ, ମୟୁରଭଞ୍ଜରୁ ୩ଜଣ, ନବରଙ୍ଗପୁରରୁ ୩ଜଣ, ଅନୁଗୁଳରୁ ୨ଜଣ, ଦେବଗଡ଼ରୁ ୨ଜଣ ଲେଖାଏଁ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।
ସେହିପରି ଜଗତସିଂହପୁରରୁ ୨ଜଣ, କେନ୍ଦ୍ରାପଡ଼ାରୁ ୨ଜଣ, ଝାରସୁଗୁଡ଼ାରୁ ଜଣେ, ରାୟଗଡ଼ାରୁ ଜଣେ ଓ ଷ୍ଟେଟପୁଲରୁ ୨ଜଣ ଲେଖାଏଁ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟୁଇଟ କରି ସୂଚନା ଦେଇଛି।

ସମ୍ବନ୍ଧିତ ଖବର