ରାଜ୍ୟରେ କରୋନାରୁ ସୁସ୍ଥ ହେଲେ ୭୩୫୮ ଜଣ ଆକ୍ରାନ୍ତ, କଟକ ଜିଲ୍ଲାରୁ ସର୍ବାଧିକ ୧୦୩୮

ଭୁବନେଶ୍ୱର: ରାଜ୍ୟରେ ଆଜି କରୋନା ଭାଇରସ ସଂକ୍ରମଣରୁ ୭୩୫୮ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏଥିରେ କଟକ ଜିଲ୍ଲାରୁ ସର୍ବାଧିକ ୧୦୩୮ ଜଣ ସାମିଲ ଅଛନ୍ତି । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ ଜରିଆରେ ଏହି ସୂଚନା ଦିଆଯାଇଛି । ଏଥି ସହିତ ରାଜ୍ୟରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୭ ଲକ୍ଷ ୩୯ ହଜାର ୩୭୬କୁ ବୃଦ୍ଧି ପାଇଛି ।

 

ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁସାରେ ଅନୁଗୁଳ ଜିଲ୍ଲାରୁ ଆଜି ୪୮୨ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ପୁରୀରୁ ୪୫୭, ଢେଙ୍କାନାଳରୁ ୩୯୦, ବରଗଡ଼ରୁ ୩୨୧, ସମ୍ବଲପୁରରୁ ୩୦୩, ନବରଂଗପୁରରୁ ୨୯୦, ନୟାଗଡ଼ରୁ ୨୭୯, ମୟୂରଭଂଜରୁ ୨୬୨, କେନ୍ଦୁଝରରୁ ୨୪୯, ଭଦ୍ରକରୁ ୨୪୬, ଯାଜପୁରରୁ ୨୪୦, ଜଗତସିଂହପୁରରୁ ୨୧୨ ଓ କେରାପୁଟରୁ ୨୧୧ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।

 

ସେହିଭଳି ସୁନ୍ଦରଗଡ଼ଗ ଜିଲ୍ଲାରୁ ୧୮୧ ଜଣ, ରାୟଗଡ଼ାରୁ ୧୫୬, ସୁବର୍ଣ୍ଣପୁରରୁ ୧୫୪, କଳାହାଣ୍ଡିରୁ ୧୪୭, ଗଂଜାମରୁ ୧୩୨, କେନ୍ଦ୍ରାପଡ଼ାରୁ ୧୧୪, ମାଲକାନଗିରିରୁ ୯୯, ବଲାଙ୍ଗୀରରୁ ୯୦, ଝାରସୁଗୁଡ଼ାରୁ ୮୬, କନ୍ଧମାଳରୁ ୮୩, ବାଲେଶ୍ୱରରୁ ୭୧, ଦେବଗଡ଼ରୁ ୬୨, ଗଜପତିରୁ ୬୦, ନୂଆପଡ଼ାରୁ ୫୦, ବୌଦ୍ଧରୁ ୨୪ ଓ ରାଜ୍ୟପୁଲରୁ ୧୪୬ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।

ସମ୍ବନ୍ଧିତ ଖବର