ରାଜ୍ୟରେ ଆଜି କରୋନାରୁ ସୁସ୍ଥ ହେଲେ ୭୫୭୮ ଆକ୍ରାନ୍ତ, ଖୋର୍ଦ୍ଧା ଜିଲ୍ଲାରୁ ୧୧୨୨

ଭୁବନେଶ୍ୱର: ରାଜ୍ୟରେ ଆଜି କରୋନା ଭାଇରସରୁ ୭୫୭୮ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏଥିରେ ଖୋର୍ଦ୍ଧା ଜିଲ୍ଲାରୁ ୧୧୨୨ ଜଣ ଅଛନ୍ତି । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ ଜରିଆରେ ଏହି ସୂଚନା ଦିଆଯାଇଛି । ଏଥି ସହିତ ରାଜ୍ୟରେ କରୋନାରୁ ୭ ଲକ୍ଷ ୮୯ ହଜାର ୬୬ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।

 

ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁସାରେ କଟକ ଜିଲ୍ଲାରୁ ଆଜି ୭୩୪ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଯାଜପୁରରୁ ୪୯୨, ମୟୂରଭଂଜରୁ ୪୮୬, ଢେଙ୍କାନାଳରୁ ୪୧୮, ଭଦ୍ରକରୁ ୪୧୩, କେନ୍ଦ୍ରାପଡ଼ାରୁ ୩୩୯, ସୁନ୍ଦରଗଡ଼ରୁ ୩୩୫ ଓ ପୁରୀ ଜିଲ୍ଲାରୁ ୩୩୨ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।

 

ବାଲେଶ୍ୱରରୁ ଆଜି ୨୩୭ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ନୟାଗଡ଼ରୁ ୨୨୧, ଅନୁଗୁଳରୁ ୨୧୫, ବରଗଡ଼ରୁ ୨୦୭, ନବରଂଗପୁରରୁ ୧୮୧, ବୌଦ୍ଧରୁ ୧୭୩, କେନ୍ଦୁଝରରୁ ୧୬୨ ଓ କଳାହାଣ୍ଡିରୁ ୧୪୫ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।

 

ସେହିପରି ଜଗତସିଂହପୁରରୁ ୧୪୨, ରାୟଗଡ଼ାରୁ ୧୩୯, ସମ୍ବଲପୁରରୁ ୧୩୭, ଗଂଜାମରୁ ୧୦୫, କେରାପୁଟରୁ ୯୯, ମାଲକାନଗିରିରୁ ୯୬, ଝାରସୁଗୁଡ଼ାରୁ ୮୨, ସୁବର୍ଣ୍ଣପୁରରୁ ୭୭, କନ୍ଧମାଳରୁ ୭୦, ଦେବଗଡ଼ରୁ ୬୬, ଗଜପତିରୁ ୬୩, ବଲାଙ୍ଗୀରରୁ ୬୦, ନୂଆପଡ଼ାରୁ ୩୦ ଓ ରାଜ୍ୟପୁଲରୁ ୨୦୦ ଜଣ ସୁସ୍ଥ ହୋଇଛନ୍ତି ।

ସମ୍ବନ୍ଧିତ ଖବର