ସୁସ୍ଥ ହେଲେ ୭୬ଜଣ କରୋନା ଆକ୍ରାନ୍ତ

ଭୁବନେଶ୍ବର: ଆଜି ରାଜ୍ୟରୁ ୭୬ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟୁଇଟ କରିଛି। ଆଜି ସୁନ୍ଦରଗଡ଼ ଜିଲ୍ଲାରୁ ସର୍ବାଧିକ ୧୪ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।

 

ଯାଜପୁରରୁ ୧୧ଜଣ କରୋନା ଆକ୍ରାନ୍ତ ଆରୋଗ୍ୟ ହୋଇଥିବା ବେଳେ ଖୋର୍ଧାରୁ ୭ଜଣ, ଭଦ୍ରକରୁ ୬ଜଣ, ମୟୂରଭଞ୍ଜରୁ ୫ଜଣ, ନୂଆପଡ଼ାରୁ ୫ଜଣ, କଟକରୁ ୪ଜଣ, ଦେବଗଡ଼ରୁ ୪ଜଣ, ଝାରସୁଗୁଡ଼ାରୁ ୪ଜଣ, ବାଲେଶ୍ବରରୁ ୩ଜଣ, ଅନୁଗୁଳରୁ ୨ଜଣ ଓ ବରଗଡ଼ରୁ ୨ଜଣ ଲେଖାଏଁ କରୋନା ଆକ୍ରାନ୍ତ ଆଜି ସୁସ୍ଥ ହୋଇଛନ୍ତି। ନୂଆ ସୁସ୍ଥଙ୍କୁ ମିଶାଇଲେ ରାଜ୍ୟରୁ ଏଯାବତ ୩୩୪୬୪୭ଜଣ କରୋନା ଆକ୍ରାନ୍ତ ଆରୋଗ୍ୟ ହୋଇଥିବା ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟୁଇଟ କରିଛି।

ସେହିପରି ସମ୍ବଲପୁରରୁ ୨ଜଣ, ବଲାଙ୍ଗୀରରୁ ଜଣେ, ଗଜପତିରୁ ଜଣେ, ଗଞ୍ଜାମରୁ ଜ‌ଣେ, ନୟାଗଡ଼ରୁ ଜଣେ, ପୁରୀରୁ ଜଣେ ଓ ସୁବର୍ଣ୍ଣପୁରରୁ ଜଣେ ଓ ଷ୍ଟେଟପୁଲରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।

ସମ୍ବନ୍ଧିତ ଖବର