ରାଜ୍ୟରେ ଆଜି କରୋନାରୁ ସୁସ୍ଥ ହେଲେ ୭୭୬୭, ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨୧୫୦

ଭୁବନେଶ୍ୱର: କରୋନାରେ ଆକ୍ରାନ୍ତଙ୍କ ତୁଳନାରେ ସୁସ୍ଥଙ୍କ ସଂଖ୍ୟା ବଢ଼ିଛି। ରାଜ୍ୟରେ ଆଜି ୭ହଜାର ୭୬୭ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି। ଏଥିରେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨୧୫୦ ଜଣ ଅଛନ୍ତି। ଏଥି ସହିତ ରାଜ୍ୟରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୧୨ ଲକ୍ଷ ୯ ହଜାର ୩୧୩ରେ ପହଞ୍ଚିଛି। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି।

ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁସାରେ ଆଜି ସୁନ୍ଦରଗଡ଼ ଜିଲ୍ଲାରୁ ୭୭୮ ଜଣ ଆକ୍ରାନ୍ତ କରୋନାରୁ ସୁସ୍ଥ ହୋଇଛନ୍ତି। କଟକରୁ ୫୯୯, ନୂଆପଡ଼ାରୁ ୨୭୪, ଯାଜପୁର, କେନ୍ଦୁଝରରୁ ୨୫୨ ଲେଖାଏଁ, ବାଲେଶ୍ୱରରୁ ୨୩୩, ନୟାଗଡ଼ରୁ ୨୧୭, ବୌଦ୍ଧରୁ ୧୯୬, ବଲାଙ୍ଗୀରରୁ ୧୮୪ ଓ କଳାହାଣ୍ଡିରୁ ୧୭୨ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି।

ସେହିପରି ଜଗତସିଂହପୁରରୁ ୧୬୮, ମୟୂରଭଂଜରୁ ୧୬୬, ସମ୍ବଲପୁରରୁ ୧୬୦, କୋରାପୁଟରୁ ୧୫୫, କେନ୍ଦ୍ରାପଡ଼ାରୁ ୧୪୪, ବରଗଡ଼ରୁ ୧୪୧, କନ୍ଧମାଳରୁ ୧୨୯, ନବରଂଗପୁର, ପୁରୀରୁ ୧୧୫ ଲେଖାଏଁ, ଢେଙ୍କାନାଳରୁ ୧୧୪, ଭଦ୍ରକରୁ ୧୧୦, ଅନୁଗୁଳରୁ ୧୦୮, ରାୟଗଡ଼ାରୁ ୧୦୩, ଗଜପତିରୁ ୯୨, ଦେବଗଡ଼, ଝାରସୁଗୁଡ଼ାରୁ ୬୦ ଲେଖାଏଁ, ମାଲକାନଗିରି, ସୁବର୍ଣ୍ଣପୁରରୁ ୫୫ ଲେଖାଏଁ, ଗଂଜାମରୁ ୪୫ ଓ ରାଜ୍ୟପୁଲରୁ ୩୬୫ ଜଣ ଆକ୍ରାନ୍ତ କରୋନାରୁ ସୁସ୍ଥ ହୋଇଛନ୍ତି। ସୂଚନାଯୋଗ୍ୟ ରାଜ୍ୟରେ ଆଜି ୩୦୮୬ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ।

ସମ୍ବନ୍ଧିତ ଖବର