ଆଜି ରାଜ୍ୟରେ କରୋନାରୁ ସୁସ୍ଥ ହେଲେ ୮୦୧ ଆକ୍ରାନ୍ତ, ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୩୫୬

ଭୁବନେଶ୍ୱର: ରାଜ୍ୟରେ ଆଜି କରୋନା ଭାଇରସ୍‌ ସଂକ୍ରମଣରୁ ୮୦୧ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏଥିରେ ଖୋର୍ଦ୍ଧା ଜିଲ୍ଳାରୁ ସର୍ବାଧିକ ୩୫୬ ଜଣ ଅଛନ୍ତି। ଏଥି ସହିତ ରାଜ୍ୟରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୯ ଲକ୍ଷ ୯୮ ହଜାର ୫୯୧ରେ ପହଂଚିଛି। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି।

ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁସାରେ ଆଜି କଟକ ଜିଲ୍ଲାରୁ ୬୫, ବାଲେଶ୍ୱରରୁ ୫୯, ଯାଜପୁରରୁ ୩୨, ମୟୂରଭଂଜରୁ ୨୬, କେନ୍ଦ୍ରାପଡ଼ାରୁ ୨୧, ପୁରୀରୁ ୧୯, ଅନୁଗୁଳ, ଜଗତସିଂହପୁରରୁ ୧୮-୧୮, ସୁନ୍ଦରଗଡ଼ରୁ ୧୬ ଓ ଢେଙ୍କାନାଳରୁ ୧୨ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି।

ସେହିପରି ଦେବଗଡ଼, ନୟାଗଡ଼ରୁ ୧୧-୧୧, ଝାରସୁଗୁଡ଼ା, ସମ୍ବଲପୁରରୁ ୭-୭, ଭଦ୍ରକରୁ ୬, ବୌଦ୍ଧ, ଗଂଜାମ, କେନ୍ଦୁଝର, ରାୟଗଡ଼ାରୁ ୫ ଜଣ ଲେଖାଏଁ, ବରଗଡ଼, କଳାହାଣ୍ଡି, କନ୍ଧମାଳ, କୋରାପୁଟରୁ ୩ ଜଣ ଲେଖାଏଁ, ଗଜପତି, ମାଲକାନଗିରି, ନୂଆପଡ଼ାରୁ ୨ ଜଣ ଲେଖାଏଁ ଓ ବଲାଙ୍ଗୀରରୁ ଜଣେ ଲେଖାଏଁ କରୋନାରୁ ସୁସ୍ଥ ହୋଇଛନ୍ତି।

ସମ୍ବନ୍ଧିତ ଖବର