ରାଜ୍ୟରେ ଆଜି କରୋନାରୁ ସୁସ୍ଥ ହେଲେ ୮୦୩୨ ଆକ୍ରାନ୍ତ, ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୯୮୧

ଭୁବନେଶ୍ୱର: ରାଜ୍ୟରୁ ଆଜି କରୋନା ଭାଇରସ ମହାମାରୀରୁ ୮୦୩୨ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏଥିରେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୯୮୧ ଜଣ ଅଛନ୍ତି । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ୍ ଜରିଆରେ ଏହି ସୂଚନା ଦିଆଯାଇଛି । ଏଥି ସହିତ ରାଜ୍ୟରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୭ ଲକ୍ଷ ୬୪ ହଜାର ୬୭୩କୁ ବୃଦ୍ଧି ପାଇଛି ।

 

ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁସାରେ କଟକ ଜିଲ୍ଲାରୁ ଆଜି ୮୯୦ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ପୁରୀରୁ ୪୬୭, ସୁନ୍ଦରଗଡ଼ରୁ ୪୬୨, ଅନୁଗୁଳରୁ ୪୨୩, ବରଗଡ଼ରୁ ୩୭୨, ଯାଜପୁରରୁ ୩୫୪, ଜଗତସିଂହପୁରରୁ ୩୩୨, ମୟୂରଭଂଜରୁ ୩୧୨, ବାଲେଶ୍ୱରରୁ ୩୦୧, ରାୟଗଡ଼ାରୁ ୨୬୫, ବୌଦ୍ଧରୁ ୨୯, ନୟାଗଡ଼ରୁ ୨୫୫, ନବରଂଗପୁରରୁ ୨୪୯, କେନ୍ଦ୍ରାପଡ଼ାରୁ ୨୦୯ ଓ କେନ୍ଦୁଝରରୁ ୨୦୮ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।

 

ସେହିଭଳି କୋରାପୁଟରୁ ୧୯୩, ସମ୍ବଲପୁରରୁ ୧୯୦, କଳାହାଣ୍ଡିରୁ ୧୮୧, ଗଂଜାମରୁ ୧୪୩, ଭଦ୍ରକରୁ ୧୩୯, ସୁବର୍ଣ୍ଣପୁରରୁ ୧୨୦, ଦେବଗଡ଼ରୁ ୯୩, ମାଲକାନଗିରିରୁ ୮୫, ଝାରସୁଗୁଡ଼ାରୁ ୭୭, ଗଜପତିରୁ ୭୧, କନ୍ଧମାଳରୁ ୭୧, ବଲାଙ୍ଗୀର ଓ ଢେଙ୍କାନାଳରୁ ୭୦ ଜଣ ଲେଖାଏ, ନୂଆପଡ଼ାରୁ ୨୮ ଓ ରାଜ୍ୟ ପୁଲରୁ ୧୬୨ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।

ସମ୍ବନ୍ଧିତ ଖବର