ରାଜ୍ୟରେ କରୋନାରୁ ସୁସ୍ଥ ହେଲେ ୮୨୯୯ ଆକ୍ରାନ୍ତ, ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୨୪୮

ଭୁବନେଶ୍ୱର: ରାଜ୍ୟରେ ଆଜି କରୋନା ଭାଇରସ ମହାମାରୀରୁ ୮୨୯୯ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏଥିରେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୨୪୮ ଜଣ ଆକ୍ରାନ୍ତ ଅଛନ୍ତି । ରାଜ୍ୟ ସରକାରଙ୍କର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ୍ ଜରିଆରେ ଏହି ସୂଚନା ଦିଆଯାଇଛି । ଏଥି ସହିତ ରାଜ୍ୟରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୭ ଲକ୍ଷ ୭୨ ହଜାର ୯୭୨କୁ ବୃଦ୍ଧି ପାଇଛି ।

 

ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁସାରେ କଟକ ଜିଲ୍ଲାରୁ ୭୩୫ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଯାଜପୁରରୁ ୫୦୬, ପୁରୀରୁ ୪୭୩, ବାଲେଶ୍ୱର ଜିଲ୍ଲାରୁ ୪୫୨, ମୟୂରଭଂଜରୁ ୪୪୫, ଢେଙ୍କାନାଳରୁ ୩୯୯, କେନ୍ଦ୍ରାପଡ଼ାରୁ ୩୦୨, ନୟାଗଡ଼ରୁ ୨୭୦, କୋରାପୁଟରୁ ୨୪୭, ସୁନ୍ଦରଗଡ଼ରୁ ୨୪୩, ନବରଂଗପୁରରୁ ୨୧୫, ରାୟଗଡ଼ାରୁ ୨୦୮ ଓ ଜଗତସିଂହପୁରରୁ ୨୦୧ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।

 

ସେହିପରି ଅନୁଗୁଳ ଜିଲ୍ଲାରୁ ୧୯୯, କେନ୍ଦୁଝରରୁ ୧୯୪, ସମ୍ବଲପୁରରୁ ୧୯୩, ବରଗଡ଼ରୁ ୧୮୬, କଳାହାଣ୍ଡିରୁ ୧୭୪, ଗଂଜାମରୁ ୧୬୬, ବୌଦ୍ଧରୁ ୧୪୭, ଭଦ୍ରକୁର ୧୪୪, ସୁବର୍ଣ୍ଣପୁରରୁ ୧୨୫, ମାଲକାନଗିରିରୁ ୧୨୩, ବଲାଙ୍ଗୀରରୁ ୧୧୩, କନ୍ଧମାଳରୁ ୧୦୨, ଝାରସୁଗୁଡ଼ାରୁ ୯୦, ଦେବଗଡ଼ରୁ ୮୦, ଗଜପତିରୁ ୬୩, ନୂଆପଡ଼ାରୁ ୩୭ ଓ ରାଜ୍ୟପୁଲରୁ ୨୨୦ ଜଣ କରୋନା ଆକ୍ରାନ୍ତ ଆଜି ସୁସ୍ଥ ହୋଇଛନ୍ତି ।

ସମ୍ବନ୍ଧିତ ଖବର