ଭୁବନେଶ୍ୱର: କରୋନା ଭାଇରସ ମହାମାରୀ ରାଜ୍ୟବାସୀଙ୍କ ଚିନ୍ତା ବଢ଼ାଇଛି । ଦୈନିକ ସଂକ୍ରମିତ ଲୋକଙ୍କର ସଂଖ୍ୟା ବଢ଼ିଚାଲିଛି । ଆଜି ୧୨ ହଜାରରୁ ଅଧିକ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ସୁସ୍ଥ ହେଲେ ୮୪୦୧ ଜଣ ଆକ୍ରାନ୍ତ । ଖୋର୍ଦ୍ଧାରୁ ସର୍ବାଧିକ ୧୮୨୫ ଓ ସୁନ୍ଦରଗଡ଼ରୁ ୯୩୧ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏଥି ସହିତ ରାଜ୍ୟରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୪୩୧୬୫୮କୁ ବୃଦ୍ଧି ଘଟିଛି । ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ ଜରିଆରେ ଏହି ସୂଚନା ଦିଆଯାଇଛି ।

Advertisment

ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁସାରେ କଟକ ଜିଲ୍ଲାରୁ ୪୮୧, ନବରଂଗପୁରରୁ ୩୪୬, ଝାରସୁଗୁଡ଼ାରୁ ୩୪୩, ଅନୁଗୁଳରୁ ୩୨୨, ମୟୂରଭଂଜରୁ ୩୦୮, ସମ୍ବଲପୁରରୁ ୩୦୭, ନୂଆପଡ଼ାରୁ ୨୯୭, ପୁରୀରୁ ୨୮୭, ବରଗଡ଼ରୁ ୨୭୦, ଯାଜପୁରରୁ ୨୪୦, ବଲାଙ୍ଗୀର ଓ କେନ୍ଦୁଝରରୁ ୨୩୪ ଲେଖାଏଁ, ଗଂଜାମରୁ ୨୨୨, ବାଲେଶ୍ୱରରୁ ୨୦୦, ଗଜପତିରୁ ୧୫୭, ରାୟଗଡ଼ାରୁ ୧୪୭, କଳାହାଣ୍ଡିରୁ ୧୨୩, ନୟାଗଡ଼ରୁ ୧୨୦, ସୁବର୍ଣ୍ଣପୁରରୁ ୧୧୨ ଓ ଜଗତସିଂହପୁରରୁ ୧୦୯ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।

ସେହିପରି ଦେବଗଡ଼ରୁ ୯୬ ଜଣ, କେନ୍ଦ୍ରାପଡ଼ାରୁ ୮୫, କୋରାପୁଟରୁ ୭୬, ଭଦ୍ରକରୁ ୬୭, କନ୍ଧମାଳରୁ ୫୩, ମାଲକାନଗିରିରୁ ୨୬, ବୌଦ୍ଧରୁ ୨୦ ଓ ରାଜ୍ୟପୁଲରୁ ୩୩୮ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।