ଭୁବନେଶ୍ୱର: ରାଜ୍ୟରେ ଆଜି କରୋନା ଭାଇରସ ମହାମାରୀରୁ ୮୪୨୯ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏଥିରେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୨୨୬ ଜଣ ଅଛନ୍ତି । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ ଜରିଆରେ ଏହି ସୂଚନା ଦିଆଯାଇଛି ।
ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁସାରେ କଟକ ଜିଲ୍ଲାରୁ ୭୪୧ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ମୟୂରଭଂଜରୁ ୬୨୩, ଅନୁଗୁଳରୁ ୫୭୯, ପୁରୀରୁ ୫୨୮, କେନ୍ଦ୍ରାପଡ଼ାରୁ ୩୩୦, ବୌଦ୍ଧରୁ ୨୬୭, ବରଗଡ଼ରୁ ୨୬୪, ସମ୍ବଲପୁରରୁ ୨୫୩, ଢେଙ୍କାନାଳରୁ ୨୪୯, ନୟାଗଡ଼ରୁ ୨୪୩, ଜଗତସିଂହପୁରରୁ ୨୪୧, ବାଲେଶ୍ୱରରୁ ୨୧୩, କୋରାପୁଟରୁ ୨୧୨ ଓ ନବରଂଗପୁରରୁ ୨୧୦ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।
ସେହିପରି କଳାହାଣ୍ଡି ଜିଲ୍ଲାରୁ ୧୭୬ ଜଣ ସୁସ୍ଥ ହୋଇଛନ୍ତି । ସୁନ୍ଦରଗଡ଼ ଜିଲ୍ଲାରୁ ୧୭୦, ଗଂଜାମରୁ ୧୬୮, ରାୟଗଡ଼ଶରୁ ୧୫୧, କେନ୍ଦୁଝରରୁ ୧୫୦, ଝାରସୁଗୁଡ଼ାରୁ ୧୨୪, ମାଲକାନଗିରିରୁ ୧୧୮, ସୁବର୍ଣ୍ଣପୁରରୁ ୧୧୧, ବଲାଙ୍ଗୀରରୁ ୧୦୧, କନ୍ଧମାଳରୁ ୯୮, ଭଦ୍ରକରୁ ୮୮, ଗଜପତିରୁ ୭୦, ଦେବଗଡ଼ରୁ ୫୧, ନୂଆପଡ଼ାରୁ ୪୫ ଓ ରାଜ୍ୟ ପୁଲରୁ ୨୩୬ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏଥି ସହିତ ରାଜ୍ୟରେ ସୁସ୍ଥଙ୍କ ସଂଖ୍ୟା ୭ ଲକ୍ଷ ୪୭ ହଜାର ୮୦୫କୁ ବୃଦ୍ଧି ପାଇଛି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/06/c4f76493-3402-4236-bd0b-5f36b36ddfc1.jpg)