ଭୁବନେଶ୍ୱର: ରାଜ୍ୟରେ କରୋନା ଭାଇରସ ମହାମାରୀରୁ ଆଜି ୮୫୧୬ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏଥିରେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୧୧୮ ଜଣ ଅଛନ୍ତି । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ ଜରିଆରେ ଏହି ସୂଚନା ଦିଆଯାଇଛି । ଏଥି ସହିତ ରାଜ୍ୟରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୭ ଲକ୍ଷ ୮୧ ହଜାର ୪୮୮କୁ ବୃଦ୍ଧି ପାଇଛି ।

Advertisment

ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁସାରେ ଆଜି କଟକ ଜିଲ୍ଲାରୁ ୭୩୮ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ବାଲେଶ୍ୱରରୁ ୫୬୪, ମୟୂରଭଂଜରୁ ୫୫୬, ଯାଜପୁରରୁ ୫୧୪, ଢେଙ୍କାନାଳରୁ ୪୮୫, ସୁନ୍ଦରଗଡ଼ରୁ ୪୭୩, ପୁରୀରୁ ୪୩୭, ରାୟଗଡ଼ାରୁ ୩୬୯, ଜଗତସିଂହପୁରରୁ ୨୫୬, ବୌଦ୍ଧରୁ ୨୫୪, ନୟାଗଡ଼ରୁ ୨୨୪, କେନ୍ଦ୍ରାପଡ଼ାରୁ ୨୨୧, ନବରଂଗପୁରରୁ ୨୧୫ ଅନୁଗୁଳରୁ ୨୦୩ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।

ସେହିପରି କଳାହାଣ୍ଡି ଜିଲ୍ଲାରୁ ୧୮୨, ବରଗଡ଼ରୁ ୧୮୧, କେନ୍ଦୁଝରରୁ ୧୭୩, କୋରାପୁଟରୁ ୧୬୮, ସମ୍ବଲପୁରରୁ ୧୬୦, ଭଦ୍ରକରୁ ୧୪୪, ସୁବର୍ଣ୍ଣପୁରରୁ ୧୩୨, ମାଲକାନଗିରିରୁ ୯୯, ବଲାଙ୍ଗୀରରୁ ୮୯, ଝାରସୁଗୁଡ଼ାରୁ ୮୦, ଦେବଗଡ଼ରୁ ୭୧, କନ୍ଧମାଳରୁ ୭୦, ଗଜପତିରୁ ୫୬, ନୂଆପଡ଼ାରୁ ୫୦, ଗଂଜାମରୁ ୪୯ ଓ ରାଜ୍ୟପୁଲରୁ ୧୮୫ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।