ରାଜ୍ୟରେ କରୋନାରୁ ସୁସ୍ଥ ହେଲେ ୮୫୪୭ ଆକ୍ରାନ୍ତ, ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୧୬୫

ଭୁବନେଶ୍ୱର: ରାଜ୍ୟରେ ଆଜି ୮ ହଜାର ୫୪୭ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୧୬୫ ଓ କଟକ ଜିଲ୍ଲାରୁ ୫୯୩ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ ଜରିଆରେ ଏହି ସୂଚନା ଦିଆଯାଇଛି । ଏଥି ସହିତ ରାଜ୍ୟରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୪ ଲକ୍ଷ ୭୩ ହଜାର ୬୮୦ରେ ପହଂଚିଛି ।

 

ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁସାରେ ସୁନ୍ଦରଗଡ଼ ଜିଲ୍ଲାରେ ଆଜି ୫୯୧ ଜଣ, ସମ୍ବଲପୁରରେ ୫୧୮, ବରଗଡ଼ରେ ୪୩୬, ନୂଆପଡ଼ାରେ ୪୧୧, ପୁରୀରେ ୪୦୨, ଭଦ୍ରକରେ ୩୫୦, ଅନୁଗୁଳରେ ୩୪୨, ରାୟଗଡ଼ାରେ ୩୩୭, ଝାରସୁଗୁଡ଼ାରେ ୩୨୫, ବଲାଙ୍ଗୀରରେ ୩୦୫, ନବରଂଗପୁରରେ ୨୬୪, ନୟାଗଡ଼ରେ ୨୩୯, ଗଂଜାମରେ ୨୩୬, କଳାହାଣ୍ଡିରେ ୨୩୫, ମୟୂରଭଂଜରେ ୧୯୦ ଓ ବାଲେଶ୍ୱରରେ ୧୭୮ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି ।

 

ସେହିପରି ସୁବର୍ଣ୍ଣପୁରରୁ ୧୭୩ ଜଣ, ଜଗତସିଂହପୁରରୁ ୧୪୫ ଜଣ, କେନ୍ଦ୍ରାପଡ଼ାରୁ ୧୩୩ ଜଣ, ଗଜପତିରୁ ୧୨୩ ଜଣ, କୋରାପୁଟରୁ ୧୦୯ ଜଣ, ଯାଜପୁରରୁ ୧୦୫ ଜଣ, କେନ୍ଦୁଝରରୁ ୧୦୩ ଜଣ, ଢେଙ୍କାନାଳରୁ ୮୯ ଜଣ, କନ୍ଧମାଳରୁ ୫୯ ଜଣ, ଦେବଗଡ଼ରୁ ୫୫ ଜଣ, ମାଲକାନଗିରିରୁ ୪୬ ଜଣ, ବୌଦ୍ଧରୁ ୩୫ ଜଣ ଓ ରାଜ୍ୟ ପୁଲରୁ ୨୫୫ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।

ସମ୍ବନ୍ଧିତ ଖବର