ରାଜ୍ୟରେ କରୋନାରୁ ସୁସ୍ଥ ହେଲେ ୮୬୬୫ ଆକ୍ରାନ୍ତ, ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୧୪୬

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣରୁ ଆଜି ୮୬୬୫ ଜଣ ସୁସ୍ଥ ହୋଇଛନ୍ତି । ଏଥିରେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୧୪୬ ଜଣ ଅଛନ୍ତି । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ୍ ଜରିଆରେ ଏହି ସୂଚନା ଦିଆଯାଇଛି । ଏଥି ସହିତ ରାଜ୍ୟରେ କରୋନାରୁ ମୋଟ୍ ୪ ଲକ୍ଷ ୮୨ ହଜାର ୩୪୫ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।

 

ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁସାରେ ଆଜି ସୁନ୍ଦରଗଡ଼ ଜିଲ୍ଲାରୁ ୬୨୮ ଜଣ, ଅନୁଗୁଳରୁ ୫୨୮, ଝାରସୁଗୁଡ଼ଶରୁ ୪୫୮, କଟକରୁ ୪୪୪, ପୁରୀରୁ ୪୩୪, ନୂଆପଡ଼ାରୁ ୪୦୪, ସମ୍ବଲପୁରରୁ ୩୮୧, ବରଗଡ଼ରୁ ୩୬୩, ବଲାଙ୍ଗୀରରୁ ୩୨୪, ନବରଂଗପୁରରୁ ୩୧୮ ଓ ବାଲେଶ୍ୱରରୁ ୩୦୧ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।

english.dailynews24.in

 

ସେହିପରି ଗଂଜାମ ଜିଲ୍ଲାରୁ ୨୯୦ ଜଣ, ଯାଜପୁରରୁ ୨୭୪, ମୟୂରଭଂଜରୁ ୨୪୩, କଳାହାଣ୍ଡିରୁ ୨୩୫, ନୟାଗଡ଼ରୁ ୨୦୬ , ବୌଦ୍ଧରୁ ୧୯୯, ଜଗତସିଂହପୁରରୁ ୧୭୨, କେନ୍ଦୁଝରରୁ ୧୬୭, ସୁବର୍ଣ୍ଣପୁରରୁ ୧୪୦, ରାୟଗଡ଼ାରୁ ୧୩୨, କେନ୍ଦ୍ରାପଡ଼ାରୁ ୧୨୦, କୋରାପୁଟରୁ ୧୧୯, ଗଜପତିରୁ ୧୦୯, ମାଲକାନଗିରିରୁ ୭୨, ଦେବଗଡ଼ରୁ ୬୭, ଭଦ୍ରକରୁ ୬୩, ଢେଙ୍କାନାଳରୁ ୪୭, କନ୍ଧମାଳରୁ ୪୩ ଓ ରାଜ୍ୟପୁଲରୁ ୨୩୮ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି ।

ସମ୍ବନ୍ଧିତ ଖବର