ରାଜ୍ୟରେ ଆଜି ୮୬୯ ଜଣ ଆକ୍ରାନ୍ତ କରୋନରୁ ସୁସ୍ଥ, ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨୩୨

ଭୁବନେଶ୍ୱର: ରାଜ୍ୟରେ ଆଜି କରୋନା ଭାଇରସ ସଂକ୍ରମଣରୁ ୮୬୯ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏଥିରେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨୩୨ ଜଣ ଅଛନ୍ତି। ଏଥି ସହିତ ରାଜ୍ୟରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୯ ଲକ୍ଷ ୭୩ ହଜାର ୫୭୯ରେ ପହଂଚିଛି। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ୍‌ ଜରିଆରେ ଏହି ସୂଚନା ଦିଆଯାଇଛି।

ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁସାରେ ଆଜି କଟକ ଜିଲ୍ଲାରୁ ୧୨୩ ଜଣ ଆକ୍ରାନ୍ତ କରୋନାରୁ ସୁସ୍ଥ ହୋଇଛନ୍ତି। ବାଲେଶ୍ୱରରୁ ୬୧, ଜଗତସିଂହପୁରରୁ ୫୯, ଭଦ୍ରକରୁ ୪୬, ପୁରୀରୁ ୪୫, ଯାଜପୁରରୁ ୪୨, ଅନୁଗୁଳରୁ ୩୨, କେନ୍ଦ୍ରାପଡ଼ାରୁ ୨୫, ସୁନ୍ଦରଗଡ଼ରୁ ୨୩ ଓ ମୟୂରଭଂଜରୁ ୧୮ ଜଣ ଆକ୍ରାନ୍ତ କରୋନାରୁ ସୁସ୍ଥ ହୋଇଛନ୍ତି।

ସେହିଭଳି ଗଂଜାମରୁ୨, ଢେଙ୍କାନାଳ, ସମ୍ବଳପୁରରୁ ୧୦-୧୦, ବରଗଡ଼, ଦେବଗଡ଼, କଳାହାଣ୍ଡି, ନୟାଗଡ଼, ସୁବର୍ଣ୍ଣପୁରରୁ ୭ ଜଣ ଲେଖାଏଁ, ରାୟଗଡ଼ାରୁ ୬, ଗଜପତି, କୋରାପୁଟ, ନୂଆପଡ଼ାରୁ ୫ ଜଣ ଲେଖାଏଁ, ବଲାଙ୍ଗୀର, କେନ୍ଦୁଝର, ବୌଦ୍ଧରୁ ୪ ଜଣ ଲେଖାଏଁ, ମାଲକାନଗିରିରୁ ୩, ନବରଂଗପୁରରୁ ୨ ଓ ରାଜ୍ୟପୁଲରୁ ୫୦ ଜଣ ଆକ୍ରାନ୍ତ କରୋନାରୁ ସୁସ୍ଥ ହୋଇଛନ୍ତି।

ସମ୍ବନ୍ଧିତ ଖବର