ରାଜ୍ୟରେ କରୋନାରୁ ସୁସ୍ଥ ହେଲେ ୮୮୩୬ ଆକ୍ରାନ୍ତ, ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୦୯୫

ଭୁବନେଶ୍ୱର: ରାଜ୍ୟରେ ଆଜି କରୋନା ଭାଇରସ ମହାମାରୀରୁ ୮୮୩୬ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏଥିରେ ଖୋର୍ଦ୍ଧା ଜିଲ୍ଲାରୁ ୧୦୯୫ ଜଣ ଅଛନ୍ତି । ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ ଜରିଆରେ ଏହି ସୂଚନା ଦିଆଯାଇଛି । ଏଥି ସହିତ ରାଜ୍ୟରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୭ ଲକ୍ଷ ୫୬ ହଜାର ୬୪୧ରେ ପହଂଚିଛି ।

 

ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁସାରେ କଟକ ଜିଲ୍ଲାରୁ ଆଜି ୯୫୬ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ସୁନ୍ଦରଗଡ଼ରୁ ୫୯୦, ଯାଜପୁରରୁ ୪୯୯, ଅନୁଗୁଳରୁ ୪୯୦, ଭଦ୍ରକରୁ ୪୬୨, ମୟୂରଭଂଜରୁ ୪୫୩, ପୁରୀରୁ ୪୦୫, କେନ୍ଦ୍ରାପଡ଼ାରୁ ୩୮୪, ବୌଦ୍ଧ ଓ କଳାହାଣ୍ଡିରୁ ୩୧୦ ଲେଖାଏଁ, ବରଗଡ଼ରୁ ୨୭୬, ନୟାଗଡ଼ରୁ ୨୭୩, ଜଗତସିଂହପୁରରୁ ୨୪୨ ଏବଂ କୋରାପୁଟରୁ ୨୦୬ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।

ସେହିପରି ନବରଂଗପୁରରୁ ୧୯୭, କେନ୍ଦୁଝରରୁ ୧୯୬, ସୁବର୍ଣ୍ଣପୁରରୁ ୧୪୦, ସମ୍ବଲପୁରରୁ ୧୨୬, ବଲାଙ୍ଗୀରରୁ ୧୧୮, ଝାରସୁଗୁଡ଼ାରୁ ୧୦୮, ଗଂଜାମରୁ ୧୦୫, ମାଲକାନଗିରିରୁ ୧୦୪, ବାଲେଶ୍ୱରରୁ ୧୦୧, ଢେଙ୍କାନାଳରୁ ୯୦, ଗଜପତି ଓ କନ୍ଧମାଳରୁ ୮୬ ଜଣ ଲେଖାଏଁ, ରାୟଗଡ଼ାରୁ ୮୫, ଦେବଗଡ଼ରୁ ୬୪, ନୂଆପଡ଼ାରୁ ୫୨ ଓ ରାଜ୍ୟ ପୁଲରୁ ୨୨୭ ଜଣ କରୋନା ଆକ୍ରାନ୍ତ ଆଜି ସୁସ୍ଥ ହୋଇଛନ୍ତି ।

ସମ୍ବନ୍ଧିତ ଖବର