ଭୁବନେଶ୍ୱର: ରାଜ୍ୟରେ ଆଜି ୯୦୫ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏଥି ସହିତ ରାଜ୍ୟରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୫ ହଜାର ୮୧୩କୁ ବୃଦ୍ଧି ପାଇଛି। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ ଜରିଆରେ ଏହି ସୂଚନା ଦିଆଯାଇଛି।

Advertisment

ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁସାରେ ଆଜି ସୁନ୍ଦରଗଡ଼ରୁ ଜିଲ୍ଲାରୁ ସର୍ବାଧିକ ୯୨ଜଣ ସୁସ୍ଥ ହୋଇଛନ୍ତି। ସେହିଭଳି କେନ୍ଦୁଝରରୁ, ୬୦ଜଣ, କଟକରୁ ୪୯ଜଣ, ମୟୂରଭଞ୍ଜରୁ ୪୯ଜଣ, ଖୋର୍ଦ୍ଧାରୁ ୪୮ଜଣ, ଜଗତସିଂହପୁରରୁ ୪୩ଜଣ, ସମ୍ବଲପୁରରୁ ୪୩ଜଣ, କଳାହାଣ୍ଡିରୁ ୪୧ଜଣ, ନୂଆପଡ଼ାରୁ ୪୦ଜଣ, ଅନୁଗୁଳରୁ ୩୯ଜଣ, ଯାଜପୁରରୁ ୩୯ଜଣ, କେନ୍ଦ୍ରାପଡ଼ାରୁ ୩୯ଜଣ, ପୁରୀରୁ ୩୯ଜଣ, ବୌଦ୍ଧରୁ ୩୨ଜଣ, ବାଲେଶ୍ବରରୁ ୨୭ଜଣ, ବରଗଡ଼ରୁ ୨୭ଜଣ, ବଲାଙ୍ଗୀରରୁ ୨୬ଜଣ, ନୟାଗଡ଼ରୁ ୨୨ଜଣ, ଝାରସୁଗୁୁଡ଼ାରୁ ୨୦ଜଣ, ଗଞ୍ଜାମରୁ ୧୭ଜଣ, ନବରଙ୍ଗପୁରରୁ ୧୪ଜଣ, ମାଲକାନାଗିରିରୁ ୧୨ଜଣ, ଢ଼େଙ୍କ‌ାନାଳରୁ ୧୧ଜଣ, ଭଦ୍ରକରୁ ୧୦ଜଣ, କୋରାପୁଟରୁ ୧୦ଜଣ, କନ୍ଧମାଳରୁ ୯ଜଣ, ସୋନପୁରରୁ ୭ଜଣ, ଦେଓଗଡ଼ରୁ ୪ଜଣ, ଗଜପତିରୁ ୪ଜଣ, ରାୟଗଡ଼ାରୁ ୨ଜଣ ଏବଂ ଷ୍ଟେଟ ପୁଲରୁ ୨୦ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।