ରାଜ୍ୟରେ କରୋନା ସୁସ୍ଥ ସଂଖ୍ୟା ୩୩୫୪୯୯ରେ ପହଞ୍ଚିଲା

ଭୁବନେଶ୍ବର: ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୯୨ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟୁଇଟ କରି ସୂଚନା ଦେଇଛ।

ଆଜି ଖୋର୍ଧାରୁ ୧୪ଜଣ ଆକ୍ରାନ୍ତ ସୁସ୍ଥ ହୋଇଥିବା‌ ବେଳେ ସୁନ୍ଦରଗଡ଼ରୁ ୧୧ଜଣ, ଯାଜପୁରରୁ ୯ଜଣ, ମୟୁରଭଞ୍ଜରୁ ୮ଜଣ, ବରଗଡ଼ରୁ ୬ଜଣ, ପୁରୀରୁ ୬ଜଣ, ବାଲେଶ୍ବରରୁ ୫ଜଣ, କଟକରୁ ୪ଜଣ, ନୂଆପଡ଼ାରୁ ୩ଜଣ, ଭଦ୍ରକରୁ ୨ଜଣ ଓ କଳାହାଣ୍ଡିରୁ ୨ଜଣ ଳେଖାଏଁ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।

 

ସେହିପରି ଦେବଗଡ଼ରୁ ଜଣେ, ଝାରସୁଗୁଡ଼ାରୁ ଜଣେ, କେନ୍ଦ୍ରାପଡ଼ାରୁ ଜଣେ, ନବରଙ୍ଗପୁରରୁ ଜଣେ, ରାୟଗଡ଼ାରୁ ଜଣେ ଓ ଷ୍ଟେଟପୁଲରୁ ୩ଜଣ ଲେଖାଏଁ କରୋନା ଆକ୍ରାନ୍ତ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି। ନୂଆ ସୁସ୍ଥଙ୍କୁ ମିଶାଇଲେ ରାଜ୍ୟରୁ ଏଯାବତ ୩୩୫୪୯୯ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟୁଇଟ କରିଛି।

ସମ୍ବନ୍ଧିତ ଖବର