ରାଜ୍ୟରେ ଆଜି କରୋନାରୁ ସୁସ୍ଥ ହେଲେ ୯୫୬ ଆକ୍ରାନ୍ତ, ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୩୭୫

ଭୁବନେଶ୍ୱର: ରାଜ୍ୟରେ ଆଜି କରୋନା ଭାଇରସ୍‌ ସଂକ୍ରମଣରୁ ୯୫୬ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏଥିରେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୩୭୫ ଜଣ ଅଛନ୍ତି। ଏଥି ସହିତ ରାଜ୍ୟରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୯ ଲକ୍ଷ ୯୦ ହଜାର ୭୯୬ରେ ପହଂଚିଛି।

ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁସାରେ କଟକ ଜିଲ୍ଲାରେ ଆଜି ୧୧୨ ଜଣ ଆକ୍ରାନ୍ତ କରୋନାରୁ ସୁସ୍ଥ ହୋଇଛନ୍ତି। ଯାଜପୁରରୁ ୫୬, ପୁରୀରୁ ୩୧, ଜଗତସିଂହପୁରରୁ ୨୯, ବାଲେଶ୍ୱର, ମୟୂରଭଂଜରୁ ୨୭-୨୭, ଢେଙ୍କାନାଳରୁ ୨୫, କେନ୍ଦ୍ରାପଡ଼ାରୁ ୨୪, କେନ୍ଦୁଝରରୁ ୧୯ ଓ ବଲାଙ୍ଗୀର ଏବଂ ନୟାଗଡ଼ରୁ ୧୭-୧୭ ଜଣ ଆକ୍ରାନ୍ତ କରୋନାରୁ ସୁସ୍ଥ ହୋଇଛନ୍ତି।

ସେହିପରି ସମ୍ବଲପୁର, ସୁନ୍ଦରଗଡ଼ରୁ ୧୩-୧୩, ଭଦ୍ରକରୁ ୧୨, ଗଂଜାମରୁ ୧୧, ଦେବଗଡ଼ରୁ ୧୦, ଅନୁଗୁଳ, ରାୟଗଡ଼ାରୁ ୯-୯, ବରଗଡ଼ରୁ ୭, କନ୍ଧମାଳରୁ ୬, ଗଜପତି, ମାଲକାନଗିରିରୁ ୫-୫, କଳାହାଣ୍ଡିରୁ ୪, ଝାରସୁଗୁଡ଼ା, କୋରାପୁଟରୁ ୨-୨, ସୁବର୍ଣ୍ଣପୁରରୁ ଜଣେ ଏବଂ ରାଜ୍ୟପୁଲରୁ ୮୮ ଜଣ ଆକ୍ରାନ୍ତ କରୋନାରୁ ସୁସ୍ଥ ହୋଇଛନ୍ତି।

ସମ୍ବନ୍ଧିତ ଖବର