ରାଜ୍ୟରେ ସୁସ୍ଥ ହେଲେ ୯୯ କରୋନା ଆକ୍ରାନ୍ତ, ୬୪୯ରେ ପହଞ୍ଚିଲା ସୁସ୍ଥ ସଂଖ୍ୟା

ଭୁବନେଶ୍ୱର:  ଆଜି ପୁଣି ଆସିଛି ଏକ ଖୁସି ଖବର।  ରାଜ୍ୟରେ ଏକା ସାଙ୍ଗରେ ୯୯ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଡାକ୍ତରଖାନା‌ରୁ ଡିସଚାର୍ଜ ହୋଇଛନ୍ତି |  ଏହି ୯୯ଜଣଙ୍କ ମଧ୍ୟରେ ବାଲେଶ୍ୱରରୁ ୩୪ଜଣ , ଗଞ୍ଜାମରୁ ୧୫, ଯାଜପୁରରୁ ୧୩, କେନ୍ଦ୍ରାପଡାରୁ ୧୩, ପୁରୀରୁ ୧୦, ଭଦ୍ରକରୁ ୯,ନୟାଗଡ଼ରୁ ୩, ସୁନ୍ଦରଗଡ ଏବଂ ଦେବଗଡରୁ ଜଣେ ଲେଖାଏଁ ଥିବା ଜଣାପଡିଛି।  ଫଳରେ ରାଜ୍ୟରେ ମୋଟ ସୁସ୍ଥ ହୋଇଥିବା କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬୪୯ରେ ପହଞ୍ଚିଥିବା ସୂଚନା ଦେଇଛି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ |

ଏଥିସହ ଦେବଗଡ ଜିଲ୍ଲାର ଦ୍ଵିତୀୟ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ସୂଚନା ଦେଇଛନ୍ତି  ଦେବଗଡ଼ ଜିଲ୍ଲାପାଳ।  ମେ ୧୪ରେ  ଆକ୍ରାନ୍ତ ହୋଇଥିବା ଏହି ବ୍ୟକ୍ତି ଜଣକ ପ୍ରାୟ ୧୦ ଦିନର ଚିକିତ୍ସା ପରେ ସୁସ୍ଥ ହୋଇଛନ୍ତି।

ବର୍ତ୍ତମାନ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୪୩୮ଥିବା ବେଳେ ୭୮୨ଟି ସକ୍ରିୟ ମାମଲା ରହିଛି | ଏହା ସହ ୭ଜଣ କରୋନା ଦ୍ୱାରା ଆକ୍ରାନ୍ତ ହୋଇ ମୃତ୍ୟୁବରଣ କରିଛନ୍ତି| ନୂତନ ସୁସ୍ଥ ସଂଖ୍ୟାକୁ ମିଶାଇଲେ ବାଲେଶ୍ୱରରେ ୯୧ ( ୪୨ସକ୍ରିୟ), ଗଞ୍ଜାମ ୨୪୮ ( ୧୦୨ସକ୍ରିୟ),  ଯାଜପୁର୧୦୩ (୧୩୭ସକ୍ରିୟ), କେନ୍ଦ୍ରାପଡା ୨୨ (୩୩ସକ୍ରିୟ), ପୁରୀ୧୪ (୬୭ ସକ୍ରିୟ), ଭଦ୍ରକ ୪୦(୬୬ସକ୍ରିୟ), ନୟାଗଡ଼ ୪ (୪୧ସକ୍ରିୟ), ସୁନ୍ଦରଗଡ ୨୬ (୧୧ସକ୍ରିୟ) ଏବଂ ଦେବଗଡରେ ସର୍ବମୋଟ୍ ୨( ୧୨ସକ୍ରିୟ) ସୁସ୍ଥ ହୋଇଥିବା ଜଣାପଡିଛି |

ସମ୍ବନ୍ଧିତ ଖବର