ବଲାଙ୍ଗୀର: ଶୁକ୍ରବାର ସକାଳେ ତେଲେଙ୍ଗାନାରୁ ଓଡ଼ିଶା ଆସୁଥିବା ଏକ ଶ୍ରମିକ ସ୍ୱତନ୍ତ୍ର ଟ୍ରେନ୍ରେ ପୁଣି ଜଣେ ମହିଳା ସନ୍ତାନକୁ ଜନ୍ମ ଦେଇଛନ୍ତି। ପ୍ରସବ ପରେ ଉଭୟ ମାଆ ଓ ଶିଶୁ ପୁତ୍ର ସୁସ୍ଥ ଥିବା ସୂଚନା ମିଳିଛି ।
ସୂଚନାନୁସାରେ, ତେଲେଙ୍ଗାନାର ଲିଙ୍ଗମପଲ୍ଲୀରୁ ପ୍ରବାସୀ ଶ୍ରମିକଙ୍କ ପାଇଁ ଚଳାଚଳ କରୁଥିବା ଏକ ସ୍ୱତନ୍ତ୍ର ଟ୍ରେନ ବଲାଙ୍ଗୀର ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲା। ଏହି ଶ୍ରମିକ ସ୍ୱତନ୍ତ୍ର ଟ୍ରେନ୍ଟି ଆଜି(ଶୁକ୍ରବାର) ୫.୪୦ରେ ଟିଟିଲାଗଡ ପହଁଞ୍ଚିଥିଲା। ଏହି ସମୟରେ ପ୍ରବାସୀ ମହିଳା ଶ୍ରମିକ ମୀନା କୁମ୍ଭାର ଟ୍ରେନ୍ରେ ଏକ ଶିଶୁ ପୁତ୍ରକୁ ଜନ୍ମ ଦେଇଥିଲେ ।
ମହିଳାଙ୍କ ଟ୍ରେନ୍ରେ ପ୍ରସବ ହୋଇଥିବା ସୂଚନା ପାଇବା ପରେ ରେଳବାଇ ଡାକ୍ତର ଓ ଆଟେଣ୍ଡାଣ୍ଟ ମହିଳାଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ। ଏଡିଏମଓ ଉଭୟ ମାଆ ଓ ଶିଶୁ ପୁତ୍ରଙ୍କୁ ହସ୍ପିଟାଲ୍ ନେବାକୁ ପରାମର୍ଶ ଦେଇଥିଲେ । ଏହାପରେ ମୀନା କୁମ୍ଭାର ଓ ତାଙ୍କ ଶିଶୁ ପୁତ୍ରଙ୍କୁ ଜନନୀ ଏକ୍ସପ୍ରେସ ଯୋଗେ ସରକାରୀ ମେଡିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା। ମା’ ଓ ଶିଶୁ ଦୁହେଁ ସୁସ୍ଥ ଅଛନ୍ତି।
/sambad/media/post_attachments/595509850ce7c056f360a36262fce47a6211c70b8ac1d1ef50a83b311dda703e.jpg)
ଏହି ଶିଶୁକୁ ମିଶାଇଲେ ପୂର୍ବତଟ ରେଳ ଓ ଓଡ଼ିଶାରେ ଶ୍ରମିକ ସ୍ୱତନ୍ତ୍ର ଟ୍ରେନ୍ରେ ତୃତୀୟ ଥର ଏଭଳି ଘଟଣା ସାମ୍ନାକୁ ଆସିଛି। ଲକ୍ଡାଉନ୍ ଜାରି ହେବା ପରଠାରୁ ଏଯାବତ ଭାରତରେ ରେଳରେ ୩୭ଟି ଶିଶୁ ଜନ୍ମ ନେଇଛନ୍ତି। ଗତକାଲି ସୁଦ୍ଧା ୩୬ଟି ଶିଶୁ ଶ୍ରମିକ ସ୍ୱତନ୍ତ୍ର ଟ୍ରେନ୍ରେ ଜନ୍ମ ହୋଇଥିବା ସୂଚନା ମିଳିଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/06/images-3.jpg)